Latest Odisha News

BREAKING NEWS

ମହାରାଷ୍ଟ୍ରରେ ବିଜେପିକୁ ଘାରିଲା ହାରିବା ଭୟ !

ଭୁବନେଶ୍ୱର: ଦେଶର ପ୍ରମୁଖ ଦଳଗୁଡିକର ନଜରରେ ମହାରାଷ୍ଟ୍ର। ରାଜ୍ୟର ରାଜନୈତିକ ସମୀକରଣ ବଦଳୁଥିବା ବେଳେ ବିଆରଏସ ଭଳି ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ ମହାରାଷ୍ଟ୍ରରେ ଏଣ୍ଟ୍ରି ମାରିଲେଣି।

ସେପଟେ ସିନ୍ଦେ ବିଜେପି ମେଣ୍ଟ ଓ ଏମଭିଏ ମେଣ୍ଟ ମଧ୍ୟରେ ଲଢେ଼ଇ ମଧ୍ୟ ତୀଵ୍ର ହେଉଛି। ଏଭଳି ସ୍ଥିତିରେ ଆଗାମୀ ଲୋକସଭା, ବିଧାନସଭା ନିର୍ବାଚନ ସହ ସ୍ଥାନୀୟ ନିର୍ବାଚନରେ ସିନ୍ଦେ ବିଜେପି ମେଣ୍ଟ ରାଜ୍ୟର ଅନ୍ୟ ସାତୋଟି ଦଳକୁ ସାଙ୍ଗରେ ନେଇ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି।

ରାଜ୍ୟର ୨୮୮ ଟି ବିଧାନସଭା ସିଟ ସହ ୪୮ ଟି ଲୋକସଭା ସିଟ ରହିଛି। ତେଣୁ ବିଜେପି ଓ ଏକନାଥ ସିନ୍ଦେ ରାମଦାସ ଅଠାୱାଲେଙ୍କ ଆରପିଆଇ ପିଆରପି, ଶିଵସଂଗ୍ରାମ, ବିଆରଇଏମ ତଥା ଅନ୍ୟ କିଛି ଦଳକୁ ନେଇ ନିର୍ବାଚନ ଲଢ଼ିବେ। ଏସବୁ ପାର୍ଟିର ପ୍ରମୁଖ ନେତାମାନେ ବୈଠକ କରିବା ସହ ମିଳିତ ଭାବେ ନିର୍ବାଚନକୁ ଓଲ୍ହାଇଵାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ୯ ଟି ଦଳର ମହାଗଠବନ୍ଧନ ମହାରାଷ୍ଟ୍ରରେ ଏନଡିଏ ବୋଲି ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି। ଏହି ମହାମେଣ୍ଟ ରାଜ୍ୟରେ ୪୫ ରୁ ଅଧିକ ଲୋକସଭା ସିଟ ଓ ୨୦୦ ରୁ ଅଧିକ ବିଧାନସଭା ସିଟ ଜିତିବାକୁ ଲକ୍ଷ ରଖିଛି।

କିନ୍ତୁ ଏହି ୯ ଟି ଦଳ କିଏ କେଉଁଠି ଲଢ଼ିବ ସେ ନେଇ ବୁଝାମଣା ହୋଇନାହିଁ ବୋଲି କୁହାଯାଇଛି। ଏପରିକି ଏମଭିଏ ମହାରାଷ୍ଟ୍ରରେ ଦୁର୍ବଳ ହୋଇଛି ଓ ଏହାର ବହୁ ନେତା ଖୁବ ଶୀଘ୍ର ଏହି ମହାମେଣ୍ଟରେ ସାମିଲ ହେବେ ବୋଲି ଚନ୍ଦ୍ରଶେଖର କହିଛନ୍ତି।

ତେଣୁ ମହାରାଷ୍ଟ୍ର ରାଜନୀତି ଏବେ ପୁଣିଥରେ ଭିନ୍ନ ମୋଡ଼ ନେବା ଆରମ୍ଭ କରିଛି। ଗୋଟିଏ ପଟେ ଏ ଯାଏ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଏକନାଥ ସିନ୍ଦେଙ୍କ ସମେତ ୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ନେଇ ନାହାନ୍ତି।

ସେପଟେ ଏମଭିଏ ମେଣ୍ଟ ମଧ୍ୟ ମିଳିତ ଭାବେ ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ନେଇଛି। ସେପଟେ କେସିଆରଙ୍କ ବିଆରଏସ ମଧ୍ୟ ଏଣ୍ଟ୍ରି କରିଛି। ତେଣୁ ଆଗକୁ ମହାରଷ୍ଟ୍ର ନିର୍ବାଚନ ବେଶ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.