Latest Odisha News

BREAKING NEWS

“RRR” ନିର୍ଦ୍ଦେଶକ ରାଜାମୌଲୀଙ୍କୁ ଖୋଲା ଧମକ ଦେଲେ ସାଂସଦ !

ତେଲେଙ୍ଗାନା: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣକ ପରେ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କୁ ମିଳୁଛି ଖୋଲା ଧମକ । କିଛିଦିନ ପୂର୍ବରୁ ବାୟୋପିକ ୮୦୦କୁ ନିର୍ମାଣ ନେଇ ନିର୍ଦ୍ଦେଶକ ସିନୁ ରାମାସ୍ୱାମୀଙ୍କୁ ମିଳିଥିଲା ଖୋଲା ଧମକ । ଆଉ ଏବେ “RRR” ଫିଲ୍ମର ନିର୍ଦ୍ଦେଶକ ତଥା ବାହୁବଲି ଫେମ୍ ଏସ୍‌.ଏସ୍ ରାଜାମୌଲୀଙ୍କୁ ଜଣେ ସାଂସଦ ଦେଇଛନ୍ତି ସିଧାସଳଖ ଖୋଲା ଚେତାବନୀ ।

ତେଲେଙ୍ଗାନା କରିମ୍ ନଗର ବିଜେପି ସାଂସଦ ବନ୍ଦି ସଂଜୟଙ୍କ ଅନୁଯାୟୀ ଫିଲ୍ମ “RRR” ଆଦିବାସୀ ନେତା କୋମାରମ୍ ଭୀମଙ୍କ କାହାଣୀ ଆଧାରିତ । ଏହି ନେତା ହାଇଦ୍ରାବାଦର ନିଜାମ୍ ବିରୋଧରେ ଲଢେଇ କରିଥିଲେ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଛତିଶଗଡରେ କୋମାରମ ଭୀମଙ୍କମ୍ଲୋକେ ଆଜି ବି ଭଗବାନ ରୂପେ ପୂଜା କରୁଛନ୍ତି । ତେବେ ଫିଲ୍ମରେ କୋମାରମ ଭାବେ ଜୁନିଅର ଏନ୍‌ଟିଆର୍ ଏକ ପଠାନୀ ଟୋପି ପିନ୍ଧିବା ପରେ ବିବାଦ ସୃଷ୍ଟି ହୋଇଛି । ଯାହାକୁ ଘୋର ବିରୋଧ କରୁଛନ୍ତି ସାଂସଦ ବନ୍ଦି ସଂଜୟ ।

Courtesy: YouTube, DVV Entertainment

ଆଜି କୋମାରମ ଭୀମଙ୍କର ୮୦ତମ ବାର୍ଷିକୀ ଅବସରରେ ତେଲେଙ୍ଗାନାର କୋମାରମ୍ ଭୀମ ଅସିଫାବାଦ ଜିଲ୍ଲାରେ ଭବ୍ୟ ଉତ୍ସବ ପାଳନ କରାଯାଇଥିଲା । ଦୁବାକାରେ ଅନୁଷ୍ଠିତ ହୋଇଥିବା ଏକ ସର୍ବସାଧାରଣ ବୈଠକରେ ରାଜାମୌଲୀଙ୍କ ବିରୋଧରେ ସାଂସଦ ସଂଜୟ ଦେଇଥିଲେ ବିବାଦୀୟ ମନ୍ତବ୍ୟ ।

ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ “RRR” ଦୁଇଜଣ ସ୍ୱାଧିନତା ସଂଗ୍ରାମୀଙ୍କ ଉପରେ ଆଧାରିତ । ୪୫୦ କୋଟି ଟଙ୍କା ଭଳି ହ୍ୟୁଜ୍ ବଜେଟରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅଜୟ ଦେବଗନ, ଆଲିଆ ଭଟ୍ଟ, ଆଲିଶନ ଡୁଡି, ରେ’ ଷ୍ଟିଭେନସନ୍ ଓ ଅଲିଭିଆ ମୋରିସ୍‌ଙ୍କୁ ଦେଖିବାକୁ ମିଳିବ ।

Leave A Reply

Your email address will not be published.