Latest Odisha News

ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ; କହିଲେ, ଖୁବ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଦିଲ୍ଲୀରୁ ଫେରିଲେ ମନମୋହନ । ଗୁରୁବାର ରାତିରେ ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ରାଜ୍ୟରେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଲେନି ମନମୋହନ । କହିଲେ, ମେଣ୍ଟ ସମ୍ପର୍କରେ ଯାହା ହେବ ତାହା ଜଣାଇ ଦିଆଯିବ, ପୂର୍ବରୁ ଅମିତ ଶାହ ସୂଚନା ଦେଇସାରିଛନ୍ତି । ଓଡିଶାରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାଁ ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ମନମୋହନ ସାମଲ ।

ସେ ଆହୁରି କହିଛନ୍ତି ଯେ, ‘ଖୁବଶୀଘ୍ର ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାଲିକା ଆସିବ । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ଆସିବ’।

ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ମାର୍ଚ୍ଚ ୧୮ ତାରିଖରେ ଦିଲ୍ଲୀ ଗସ୍ତ କରିଥିଲେ । ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ମନମୋହନ ଦିଲ୍ଲୀ ଗସ୍ତ କରିଥିଲେ । ଏହି ତାଲିକା ସେ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ସେ ହସ୍ତାନ୍ତର କରିଥିଲେ । ଏହାସହ ଦିଲ୍ଲୀରେ ବସିଥିବା ବିଜେପି କୋର୍‌ କମିଟି ବୈଠକ ରେ ଯୋଗଦେଇ ଗୁରୁବାର ରାତିରେ ଫେରିଛନ୍ତି ମନମୋହନ ।

Leave A Reply

Your email address will not be published.