Latest Odisha News

BREAKING NEWS

‘ରଥଯାତ୍ରାକୁ ବ୍ୟାକଡୋରରେ ବନ୍ଦ ପାଇଁ ଉଦ୍ୟମ କରୁଛନ୍ତି ସରକାର’

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି ପୁଣି ସରକାରଙ୍କୁ ଘେରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରଥଯାତ୍ରା ସମ୍ପର୍କରେ ସରକାର କିଛି ସ୍ପଷ୍ଟ ଚିତ୍ର ଦେଉନାହାଁନ୍ତି। ପୁରୀରେ ଯାହା ପ୍ରସ୍ତୁତି କରୁଛନ୍ତି, ଜଣାପଡୁଛି ଯେ ରଥଯାତ୍ରା ନକରିବାକୁ ଚାହୁଁଛନ୍ତି । କୋର୍ଟ ଆଳରେ ବନ୍ଦ କରିବାର ଷଡଯନ୍ତ୍ର କରୁଛନ୍ତି । ବ୍ୟାକଡୋରରେ ରଥଯାତ୍ରା ବନ୍ଦ କରିବାର ଉଦ୍ୟମ ଠିକ ନୁହେଁ ବୋଲି କହିଛନ୍ତି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

Leave A Reply

Your email address will not be published.