Latest Odisha News

BREAKING NEWS

କାଲିଫର୍ଣ୍ଣିଆ ୟୁନିଭରସିଟିରୁ ତଥ୍ୟ ଚୋରି କରିବା ଅଭିଯୋଗରେ ଚୀନ୍ ସେନାର ମେଜର ଗିରଫ

ନ୍ୟୁୟର୍କ: ଆମେରିକାର ସାନ୍ ଫ୍ରାନସିସ୍କୋ ସ୍ଥିତ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ଗବେଷଣା ସମ୍ପର୍କିତ ତଥ୍ୟ ଚୋରି କରିବା ଅଭିଯୋଗରେ ଚୀନ୍ ସେନାର  ମେଜର ଜିନ୍ ୱାଙ୍ଗ୍ ଗିରଫ ହୋଇଛନ୍ତି । ଆମେରିକାର ସୁରକ୍ଷା ଏଜେନ୍ସି ଏଫବିଆଇ ଏହି ଅଧିକାରୀଙ୍କୁ ରବିବାର ଗିରଫ କରାଯାଇଥିଲା । ଏଫବିଆଇ ଅନୁସାରେ, ଜିନ୍ ଚୀନର ସେନା ପିପୁଲ୍ସ ଲିବରେସନ ଆର୍ମିରେ ଏବେ ବି କାର‌୍ୟ୍ୟରତ ଅଛନ୍ତି । ସେ ମେଜର ଭାବେ ନିୟୋଜିତ ଥିଲାବେଳେ ଚୀନ୍ ସେନାରୁ ଦରମା ବି ପାଉଛନ୍ତି । କିନ୍ତୁ ସେ ଭିସା ଆବେଦନବେଳେ ଏହି ତଥ୍ୟ ଗୋପନୀୟ ରଖିଥିଲେ ।

ଜେରା ବେଳେ ଜିନ୍ ସ୍ୱୀକାର କରିଛନ୍ତି ଯେ ତାଙ୍କର ଉପରିସ୍ଥ ଅଧିକାରୀ ତାଙ୍କୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଲାବ୍‌ର ଡିଜାଇନ ଏବଂ ସଂରଚନା ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯଦ୍ଦ୍ୱାରା ପରେ ଚୀନ୍‌ରେ ଅନୁରୂପ ଲାବ୍ ତିଆରି କରାଯାଇପାରିବ । ଏଫବିଆଇ ଆହୁରି ଅଭିଯୋଗ କରିଛି କି ଜିନ୍ ଉକ୍ତ ବିଶ୍ୱବିଦ୍ୟାଳୟରୁ କିଛି ତଥ୍ୟ ଇ-ମେଲ ଜରିଆରେ ଚୀନ୍‌କୁ ପ୍ରେରଣ କରିସାରିଥିଲେ । ସେ ଆଉ କିଛି ତଥ୍ୟ ନେଇ ରବିବାର ଆମେରିକାରୁ ପଳାଇବାକୁ ଉଦ୍ୟମ କରୁଥିଲାବେଳେ ତାଙ୍କୁ ଧରାଯାଇଥିଲା ।

Leave A Reply

Your email address will not be published.