Latest Odisha News

BREAKING NEWS

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ : କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ନାହାନ୍ତି ସରକାର

ଭୁବନେଶ୍ବର : ନିୟନ୍ତ୍ରଣରେ କୋଭିଡ ଦ୍ବିତୀୟ ଲହରୀ । ଆଗକୁ ଆସୁଛି ତୃତୀୟ ଲହରୀ । ଏଥିପାଇଁ ଲୋକଙ୍କ ମନରେ ଏକ ପ୍ରକାର ଚିନ୍ତା ବି ବଢ଼ିବାରେ ଲାଗିଲାଣି । କିନ୍ତୁ ତୃତୀୟ ଲହରୀକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ରାଜ୍ୟ ବିଜେପି । ତୃତୀୟ ଲହରରେ ଶିଶୁ ମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ମତ ଦେଲେଣି ବିଶେଷଜ୍ଞ । କିନ୍ତୁ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି କରିବା ବଦଳରେ କେବଳ ପ୍ରଚାର କାମରେ ବ୍ୟସ୍ତ ଅଛନ୍ତି । ବାସ୍ତବ ସ୍ଥିତିରେ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଦୌ ପ୍ରସ୍ତୁତ ନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।

କୋଭିଡ ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦେଉଥିବା ବେଳେ, ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସଜାଡିବାରେ ବିଫଳ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଶିଶୁମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରଯାଇନାହିଁ । ସାଧାରଣ ରୋଗ ପାଇଁ କଟକ ଓ ଭୁବନେଶ୍ବର ଶିଶୁଭବନରେ କୌଣସି ବ୍ୟବସ୍ଥା ହୋଇନଥିବା ବେଳେ, କୋଭିଡ ଆକ୍ରାନ୍ତ ଶିଶୁଙ୍କୁ କିଭଳି ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ଯୋଗାଇବେ ସେନେଇ ପ୍ରଶ୍ନ କରିଛନ୍ତି ସ୍ମୃତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ।

ରାଜ୍ୟରେ ଅନେକ ଡାକ୍ତରଖାନାରେ ଶିଶୁ ରୋଗ ବିଶେଷଜ୍ଞ ନଥିବା ବେଳେ, ଅନେକ ଡାକ୍ତରଖାନାରେ ଚିକିତ୍ସା ଉପକରଣ ନାହିଁ । ରାଜ୍ୟରେ ଡେଡିକେଟେଡ୍ ଚାଇଲ୍ଡ କେୟାର ଓ୍ବାର୍ଡ କେତେ ଖୋଲାଯାଇଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ପଟ୍ଟନାୟକ ।

Comments are closed.