Latest Odisha News

ପଞ୍ଜାବରେ ୧୧୭ଟି ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବିଜେପି

ଚଣ୍ଡିଗଡ଼ : ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ୧୧୭ଟି ଆସନରେ ଲଢ଼ିବ ବିଜେପି । ଏନେଇ ପଞ୍ଜାବ ବିଜେପି ସଭାପତି ଅଶ୍ବିନୀ ଶର୍ମା ଘୋଷଣା କରିଛନ୍ତି । ଦିଲ୍ଲୀରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ସୂଚନା ଦେଇଛନ୍ତି ଅଶ୍ବିନୀ ଶର୍ମା ।

ଆସନ୍ତା ୨୦୨୨ ମସିହାରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗତ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଅଧିକ ୭୭ଟି ଆସନରେ ବିଜୟୀ ହୋଇଥିଲା । ଏଥିସହ ସରକାର ମଧ୍ୟ ଗଠନ କରିଥିଲା । ସେହିପରି ଆମ୍ ଆଦମୀ ପାର୍ଟି ୧୧୭ଟି ସିଟ ମଧ୍ୟରୁ ଦ୍ବିତୀୟ ବୃହତ୍ତମ ଦଳ ଭାବେ ୨୦ଟି ଆସନ ହାସଲ କରିଥିଲା । ଶିରୋମଣି ଅକାଳି ଦଳ ୧୫ଟି ଆସନ ଜିତିଥିବା ବେଳେ ବିଜେପି ୩ଟି ଦଳ ଜିତିଥିଲା ।

ନୂଆଦିଲ୍ଲୀରେ ବସିଥିବା ଜାତୀୟ କାର୍ଯ୍ୟକାରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହୋଇଥିଲେ । ଜାତୀୟ କାର୍ଯ୍ୟକାରିଣୀରେ ମୁଖ୍ୟତଃ ୭ଟି ରାଜ୍ୟର ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.