ପୁରୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲ ଦୌଡରୁ ବାଦ ପଡିଛି । ପାଖାପାଖି ୧୦ ବର୍ଷ ମଧ୍ୟରେ ଏହା ଭାରତର ସବୁଠାରୁ ଖରାପ ପ୍ରଦର୍ଶନ କହିଲେ ଭୁଲ ହେବନି । ପ୍ରାରମ୍ଭିକ ମୁକାବିଲାରେ ଯେଉଁ ଭଳି ଭାବେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେଲା ତାହା ଏ ପର୍ଯ୍ୟନ୍ତ ବି ପ୍ରଶଂସକମାନେ ଗ୍ରହଣ କରିପାରୁ ନାହାନ୍ତି । ତେବେ ଚାମ୍ପିୟନ ଦାବୀଦାର ଟିମ ଇଣ୍ଡିଆର ଭୁଲ ରହିଲା କେଉଁଠି ?
ବିଶ୍ରାମର ଅଭାବ: ସମସ୍ତ ଟିମ୍ ବିଶ୍ୱକପ ପରି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲେ । ଭାରତର ଅଧିକାଂଶ ଖେଳାଳି ଆଇପିଏଲ ଯୋଗୁ ଉପଯୁକ୍ତ ବିଶ୍ରାମ ପାଇ ନ ଥିଲେ । ଆଇପିଏଲକୁ ଆନ୍ତର୍ଜାତୀୟ ମୁକାବିଲା ତରାଜୁରେ ତଉଲିବା ବୁଦ୍ଧିମାନ କାର୍ଯ୍ୟ ନୁହେଁ ।
ଲେଗ ସ୍ପିନରଙ୍କୁ ସୁଯୋଗ ନ ଦେବା: ଭାରତ ବ୍ୟତୀତ ଏଥର ବିଶ୍ୱକପରେ ସମସ୍ତ ଟିମ ଲେଗ ସ୍ପିନରଙ୍କୁ ସୁଯୋଗ ଦେଇଥିଲେ । ତାହାର ଫାଇଦା ସେମାନଙ୍କୁ ମିଳିଥିଲା । ୟୁଜଭେନ୍ଦ୍ର ଚହଲ ଓ ରାହୁଲ ଚହରଙ୍କୁ କୌଣସି ମ୍ୟାଚ ଖେଳାଗଲା ନାହିଁ । ଶ୍ରୀଲଙ୍କାର ବାନିନ୍ଦୁ ହସରଙ୍ଗା(୧୬), ବାଂଲାଦେଶର ଶକିବ ଉଲ ହାସନ (୧୧) ବ୍ୟତୀତ ଅଷ୍ଟ୍ରେଲିଆର ଆଡାମ ଜାମ୍ପା, ଇଂଲଣ୍ଡର ଅଡିଲ ରଶିଦ ଓ ଆଫଗାନିସ୍ତାନର ରଶିଦ ଖାଁ ଚମତ୍କାର ପ୍ରଦର୍ଶନ କରିଥିଲେ । ରବୀନ୍ଦ୍ର ଜାଡେଜା ଓ ବରୁଣ ଚକ୍ରବର୍ତିଙ୍କୁ ନେଇ ଭାରତ ଜୁଆ ଖେଳିଥିଲା କହିଲେ ଭୁଲ ହେବନି ।
ରୋଟେଶନ ପଲିସି: ଇଂଲଣ୍ଡ ବିଶ୍ୱକପ ପୂର୍ବରୁ ରୋଟେଶନ ପଲିିସି ଲାଗୁ କରିଥିଲା ଯାହାକୁ ପରୋକ୍ଷରେ ସମାଲୋଚନା କରାଯାଉଥିଲା । ମାତ୍ର ଇଂଲଣ୍ଡର ଏହି ରଣନୀତି ତାଙ୍କୁ ଫାଇଦାରେ ରଖିଥିଲା । ଭାରତ ସେହି ଚିରାଚରିତ ରଣନୀତିରେ ବିଶ୍ୱକପକୁ ଓହ୍ଲାଇଥିଲା ।
ବିସିସିଆଇର ଦୃଢ଼ ଆତ୍ମବିଶ୍ୱାସ: ବିସିସିଆଇ ଭାରତର ପ୍ରଦର୍ଶନ ନେଇ ଦୃଢ଼ ଆତ୍ମବିଶ୍ୱାସରେ ରହିଥିଲା । ଆଇପିଏଲ ବିଶ୍ୱକପ ପ୍ରସ୍ତୁତି ପାଇଁ ଉପଯୁକ୍ତ ବୋଲି ମାନସିକସ୍ତରରେ ସମସ୍ତେ ପ୍ରସ୍ତୁତ ହୋଇ ଯାଇଥିଲେ । ସବୁଠାରୁ ବଡ ପ୍ରଶ୍ନ ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ କାହିଁକି ସୁଯୋଗ ଦିଆଗଲାନି ? ସମସ୍ତ ବୋର୍ଡ ବିଶ୍ୱକପକୁ ଧ୍ୟାନରେ ରଖିଥିବା ବେଳେ ବିସିସିଆଇ ଆଇପିଏଲ… ଆଇପିଏଲ ଜପିଥିଲା । ପଡିଆରେ ଖେଳାଳିମାନଙ୍କ ପାଖରେ କ୍ଲାନ୍ତ ଏବଂ ଆତ୍ମବିଶ୍ୱାସର ଅଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହେଉଥିଲା ।
ଟିମ କନ୍ଦଳ: ଠିକ୍ ବିଶ୍ୱକପ ପୂର୍ବରୁ କୋଚ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ପଦ ଛାଡିବା ଏବଂ ପାଇବା ଚାପରେ ରହିଥିଲେ । ଟିମ ଦୁଇ ଭାଗ ହେଲା ପରି ଲାଗୁଥିଲା । ଟିମକୁ ଏକତ୍ର କରିବା ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ମେଂଟର କରାଗଲା ମାତ୍ର ଲାଭ କିଛି ହେଲାନି । ଖେଳରେ ହାର ଜିତ ଅଛି । ମାତ୍ର ବିନା ସଂଘର୍ଷରେ ହାରିବା ସବୁଠାରୁ ଦୁଃଖର କଥା, ଯାହାକି ଭାରତୀୟ ପ୍ରଶଂସକଙ୍କୁ ବାଧିଛି ।
BREAKING NEWS
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…

Comments are closed.