Latest Odisha News

BREAKING NEWS

ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି କରିବ ପଦଯାତ୍ରା 

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ନାବାଳିକାକୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ  ଦାବି କରୁଛି ବିଜେପି । ଦଳ ଏବେ ନିଷ୍ପତ୍ତି ନେଇଛି ପରୀକୁ ନ୍ୟାୟ ଦେବା ପାଇଁ ପଦଯାତ୍ରା କରିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଡିସେମ୍ବର ୨୧ତାରିଖରେ ଭୁବନେଶ୍ୱରରୁ ନାବାଳିକାଙ୍କ ଗାଁ ନୟାଗଡ଼ ଜିଲ୍ଲା ଯଦୁପୁରକୁ ବିଶାଳ ପଦଯାତ୍ରା କରିବ ବିଜେପି । ୧୫ତାରିଖରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା କରାଯିବ ବୋଲି ପୃଥ୍ୱୀରାଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.