Latest Odisha News

BREAKING NEWS

ଭୁବନେଶ୍ୱର, ପୁରୀ ଓ ସମ୍ୱଲପୁରରୁ ଆଖି ବୁଜିଲେ ୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ଜଣଙ୍କର ମୃତ୍ୟୁ ହୋଇଛି । ୩ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରୁ ଜଣେ ୭୪ବର୍ଷୀୟ ବୃଦ୍ଧ ଓ ଜଣେ ୪୯ ବର୍ଷୀୟ ମହିଳା କରୋନାରେ ମୃତ୍ୟୁବରଣ କରିଛନ୍ତି ।

ସେହିପରି ପୁରୀ ଜିଲ୍ଲାରୁ ମହାମାରୀ ନେଇଛି ଆଉ ଦୁଇ ଜୀବନ । ସମ୍ୱଲପୁର ଜିଲ୍ଲାରୁ ଜମେ ୬୧ବର୍ଷୀୟ ମହିଳା କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭ଶହ ୮୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.