Latest Odisha News

BREAKING NEWS

ଆକାଶ ପାଠକଙ୍କ ବାବଦରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲିସ, ଖୁବଶୀଘ୍ର ରିମାଣ୍ଡ ଆବେଦନ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲସି । ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟଙ୍କୁ ଅବଗତ କରାଯାଇଛି । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ଜଣାଇଛି କମିଶନରେଟ ପୋଲିସ ।

ତାଙ୍କୁ ଅଧିକ ପଚରାଉଚରା ପାଇଁ ଖୁବଶୀଘ୍ର ରିମାଣ୍ଡରେ ଆଣିବା ପାଇଁ ପୋଲିସ ଆବେଦନ କରିବ । ସ୍କାଏ କିଙ୍ଗ ଟ୍ରାଭେଲ୍ ଏଜେନ୍ସୀ ପକ୍ଷରୁ ଆକାଶଙ୍କ ନାଁରେ ବକେୟା ଟଙ୍କା ନେଇ ଅଭିଯୋଗ ହୋଇଥିଲା । ଆକାଶ ଟାଟାର ଏମଡି ପରିଚୟ ଦେଇ ସ୍କାଏ କିଙ୍ଗ ଜରିଆରେ ଚାର୍ଟର ପ୍ଲେନ୍, ହୋଟେଲ ଆଦି ବୁକିଂ କରୁଥିଲେ ।

ଅଭିଯୋଗ ପରେ କମିଶନରେଟ ପୋଲିସ ଆକାଶ ଟାଟାର କର୍ମଚାରୀ କି ନୁହେଁ ଜାଣିବା ପାଇଁ ଚିଠି ଲେଖିଥିଲା । ଟାଟା କର୍ତ୍ତୃପକ୍ଷ ଆକାଶ ତାଙ୍କର କର୍ମଚାରୀ ନୁହନ୍ତି ବୋଲି ଜଣାଇବା ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ ।

ପୂର୍ବରୁ ଆକାଶଙ୍କ ରିମାଣ୍ଡରେ ନେଇ ତଥ୍ୟ ହାସଲ କରିଛି ଭିଜିଲାନ୍ସ । ଆଗକୁ କମିଶନରେଟ ପୋଲିସ ଓ ଚାକିରି ନାଁରେ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ବି ତାଙ୍କୁ ରିମାଣ୍ଡରେ ନେଇପାରେ ।

 

Leave A Reply

Your email address will not be published.