ଜୟପୁର: ରାଜସ୍ଥାନ ରାଜନୀତିରେ ଏବେବି ଜାରି ରହିଛି ନାଟକ । ଏଠାରେ ଘଡିବେ ଘୋଡା ଛୁଟୁଛି । ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ବିଜେପି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ତେଣୁ ଅଶୋକ ଗେହଲଟ ସରକାର ସାମ୍ନାରେ ଆସ୍ଥା ଭୋଟ୍ ସାବ୍ୟସ୍ତ କରିବାର ଚ୍ୟାଲେଞ୍ଜ ରହିଛି। ଗୁରୁବାର ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ନିଷ୍ପତ୍ତି ହୋଇଛି।
ବିଜେପିର ବିଧାୟକ ଦଳ ନେତା ଗୁଲାବଚନ୍ଦ କଟାରିଆ କହିଛନ୍ତି କଂଗ୍ରେସ ସରକାର ଶୀଘ୍ର ଭାଙ୍ଗିବାକୁ ଯାଉଛି। ବିଜେପି ପ୍ରଦେଶ ସଭାପତି ସତୀଶ ପୁନିଆ କହିଛନ୍ତି ଏହି ସରକାର ନିଜର ବିରୋଧାଭାସରେ ହିଁ ପତନ ହେବ। ବିଜେପି ଉପରେ ଅଯଥାରେ ମିଥ୍ୟା ଆରୋପ ଲଗାଉଛନ୍ତି। କଂଗ୍ରେସ ଘରର ଝଗଡାରେ ବିଜେପିର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ଭାରତୀୟ ଜନତା ପାର୍ଟିର ଜୟପୁରରେ ବିଧାୟକ ଦଳ ବୈଠକ ଆୟୋଜିତ ହୋଇଛି। ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ନେତୃତ୍ଵଙ୍କ ପକ୍ଷରୁ ପ୍ରତିନିଧି ମଧ୍ୟ ଏଥିରେ ଯୋଗ ଦେଇଥିଲେ।
Comments are closed.