Latest Odisha News

BREAKING NEWS

କରୋନା ରୋଗୀଙ୍କୁ ବୋହିଲେ ନେତା, ହେଲେ କେଉଁଠି?

କୋଲକାତା: କରୋନା ରୋଗୀଙ୍କୁ ବୋହିଲେ ନେତା । ସମସ୍ତଙ୍କୁ ପାଇଁ ସୃଷ୍ଟି କଲେ ଉଦାହାରଣ । କରେନା ମହାମାରୀ ବେଳେ ଜଣେ ରାଜନେତା ସାଜିଲେ ଡ୍ରାଇଭର । କରୋନା ରୋଗୀଙ୍କୁ ବାଇକ୍ ପଛପଟେ ବସାଇ ବୋହିନେଲେ ହସ୍ପିଟାଲ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ ।

ପଶ୍ଚିମବଙ୍ଗର ଜଣେ ତ୍ରୁଣମୂଳ କଂଗ୍ରେସ ନେତା ଆମ୍ବୁଲାନ୍ସ ନଆସିବାରୁ କରୋନା ଲକ୍ଷଣ ଥିବା ଜଣେ ବ୍ୟକ୍ତିଙ୍କୁ ବାଇକ୍‌ରେ ବସାଇ ପିପିଇ କିଟ୍ ପିନ୍ଧି ହସ୍ପିଟାଲ ନେଇଛନ୍ତି । କେବଳ ସେତିକି ନୁହେଁ ହସ୍ପିଟାଲରେ ବ୍ୟକ୍ତି ଜଣଙ୍କର କରୋନା ଟେଷ୍ଟ ମଧ୍ୟ କରାଇଛନ୍ତି । ଏଥିସହ ତାଙ୍କୁ ପୁଣିଥରେ ବାଇକ୍‌ରେ ବସାଇ ତାଙ୍କ ଘରେ ଆଣି ଛାଡିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡଆରେ ଭାଇରାଲ ହୋଇଛି ।

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିକଟରେ ଗାଁକୁ ଫେରିଥିବା ଅମଲ ବାରିକ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲେ । ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରୁଥିଲେ । ହେଲେ ହସ୍ପିଟାଲ ଯାଇ ଟେଷ୍ଟ କରିବାକୁ ସେ ଆମ୍ବୁଲାନ୍ସ ଯୋଗାଣ କରିପାରି ନଥିଲେ । ପରେ ଏହି ଖରବ ତ୍ରୁଣମୂଳ କଂଗ୍ରେସ ନେତା ସତ୍ୟକମ ପଟ୍ଟନାୟକଙ୍କ ପାଖରେ ପହଂଚିଥିଲା । ଏହାପରେ ସେ ପିପିଇ କିଟ୍ ପିନ୍ଧି ଅମଲଙ୍କୁ ବାଇକ୍‌ରେ ବସାଇ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ ।

କରୋନା ମହାମାରୀ ବେଳେ କିପରି ଜନତାଙ୍କୁ ସହାର୍ଯ୍ୟ କରିହେବ ସେ କଥା ସେ ସମସ୍ତଙ୍କୁ ଶିଖାଇ ଦେଇଛନ୍ତି ସତ୍ୟକାମ । ଏହି ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଏବେ ଟିଏମ୍‌ସି ନେତା ସତ୍ୟକମଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.