Latest Odisha News

ପୁଣି ବିଗିଡିଲା ଆଡଭାନୀଙ୍କ ସ୍ବାସ୍ଥ୍ଯବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ମଙ୍ଗଳ ବାର ଦିନ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଥିବା ନେଇ ସୂତ୍ରରୁ ପ୍ରକାଶ।

୯୬ ବର୍ଷୀୟ ଏହି ନେତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଜୁଲାଇ ପ୍ରଥମ ସପ୍ତାହରେ ମଧ୍ୟ ଏଲ.କେ ଆଡଭାନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଦୁଇ ଦିନ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ନ୍ୟୁରୋଲୋଜି ବିଭାଗର ବରିଷ୍ଠ କନସଲଣ୍ଟାଣ୍ଟ ଡ. ବିନିତ ସୁରୀଙ୍କ ତତ୍ବାବଧାନରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ଏହାପୂର୍ବରୁ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ରାତିସାରା ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

Comments are closed.