ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଜେପି ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଏକ ପ୍ରେସମିଟରେ ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମାସେ ଡେରିରେ ମଣ୍ଡି ଖୋଲା ହୋଇଥିଲା । ରାଜ୍ୟ ସରକାର ଓ ମିଲରଙ୍କ ଅସାଧୁ ମେଣ୍ଟ ପାଇଁ ଚାଷୀ ମଣ୍ଡିରେ ଧାନ ବିକି ନ ପାରି ହଇରାଣ ହେଉଛି । ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରୁନାହିଁ । ତେଣୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ତା ଛଡା ସରକାର ମଣ୍ଡିଗୁଡିକ ପାଇଁ ଟାର୍ଗେଟ ନିର୍ଧାରିତ କରିଥିବାରୁ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ପଡି ରହିଛି ।
ଧାନ କିଣା ସମସ୍ୟାକୁ ନେଇ ସମ୍ବଲପୁରରେ ସମାବେଶ ବେଳେ ବହୁ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ସମାଧାନ ପାଇଁ ରାତି ସୁଦ୍ଧା କୌଣସି ଅଧିକାରୀ କି ସରକାରଙ୍କ ପ୍ରତିନିଧି ଆଲୋଚନା ପାଇଁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ପୃଥ୍ୱୀରାଜ କହିଛନ୍ତି ।
ସରକାର ତୁରନ୍ତ ଆଲୋଚନା କରି ଧାନ କିଣା ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ପୃଥ୍ୱୀରାଜ । ମଣ୍ଡିରେ ଗଦା ହୋଇଥିବା ଧାନକୁ ଉଠାନ୍ତୁ ବୋଲି ସେ କହିଛନ୍ତି । ନ ହେଲେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନେବାକୁ ବିଜେପି ପ୍ରସ୍ତୁତ ଥିବା ଚେତାବନୀ ଦେଇଛନ୍ତି ପୃଥ୍ୱୀରାଜ । ଗିରଫ ହୋଇଥିବା ସବୁ ବିଜେପି ନେତା ଥାନାରେ ଧାରଣା ଦେବେ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।
BREAKING NEWS
- Govt Committed To Resolve Kotia Dispute:କୋଟିଆ ପ୍ରସଙ୍ଗ:ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ

Comments are closed.