ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିଜେପି ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଏକ ପ୍ରେସମିଟରେ ସେ କହିଛନ୍ତି, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମାସେ ଡେରିରେ ମଣ୍ଡି ଖୋଲା ହୋଇଥିଲା । ରାଜ୍ୟ ସରକାର ଓ ମିଲରଙ୍କ ଅସାଧୁ ମେଣ୍ଟ ପାଇଁ ଚାଷୀ ମଣ୍ଡିରେ ଧାନ ବିକି ନ ପାରି ହଇରାଣ ହେଉଛି । ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରୁନାହିଁ । ତେଣୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ତା ଛଡା ସରକାର ମଣ୍ଡିଗୁଡିକ ପାଇଁ ଟାର୍ଗେଟ ନିର୍ଧାରିତ କରିଥିବାରୁ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ପଡି ରହିଛି ।
ଧାନ କିଣା ସମସ୍ୟାକୁ ନେଇ ସମ୍ବଲପୁରରେ ସମାବେଶ ବେଳେ ବହୁ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ସମାଧାନ ପାଇଁ ରାତି ସୁଦ୍ଧା କୌଣସି ଅଧିକାରୀ କି ସରକାରଙ୍କ ପ୍ରତିନିଧି ଆଲୋଚନା ପାଇଁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ପୃଥ୍ୱୀରାଜ କହିଛନ୍ତି ।
ସରକାର ତୁରନ୍ତ ଆଲୋଚନା କରି ଧାନ କିଣା ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ପୃଥ୍ୱୀରାଜ । ମଣ୍ଡିରେ ଗଦା ହୋଇଥିବା ଧାନକୁ ଉଠାନ୍ତୁ ବୋଲି ସେ କହିଛନ୍ତି । ନ ହେଲେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଯାଏ ନେବାକୁ ବିଜେପି ପ୍ରସ୍ତୁତ ଥିବା ଚେତାବନୀ ଦେଇଛନ୍ତି ପୃଥ୍ୱୀରାଜ । ଗିରଫ ହୋଇଥିବା ସବୁ ବିଜେପି ନେତା ଥାନାରେ ଧାରଣା ଦେବେ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।
BREAKING NEWS
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Comments are closed.