Latest Odisha News

BREAKING NEWS

ଆଜି କଳା ଦିବସ ପାଳନ କରିବ ବିଜେପି, ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟାକ୍ତିଙ୍କୁ କରାଯିବ ସମ୍ମାନୀତ

ଭୁବନେଶ୍ୱର: ଆଜି କଳା ଦିବସ ପାଳନ କରିବ ବିଜେପି । ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଆଉ ଏହି ପରିସ୍ଥିତିକୁ ଯେଉଁ ବ୍ୟକ୍ତି ବିରୋଧ କରିଥିଲେ ଆଜି ତାଙ୍କୁ ସମ୍ମାନୀତ କରାଯିବ। ଏନେଇ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।

ଆଜକୁ ୪୯ବର୍ଷ ତଳେ ଅର୍ଥାତ୍ ୧୯୭୫ ମସିହା ଜୁନ୍‌ ୨୫ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରୀକଳର ଅପବ୍ୟବହାର କରି ଭାରତରେ ପ୍ରଥମଥର ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ଏଥିପାଇଁ ଗଣତନ୍ତ୍ର ଏବଂ ଭାରତରେ ସମ୍ବିଧାନ କଂଗ୍ରେସ ଶାସନ ସମୟରେ ଅଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ଏହି ଦିନକୁ ବିଜେପି କଳା ଦିବସ ଭାବେ ପାଳନ କରିବ। ଜିଲ୍ଲାରୁ ରାଜ୍ୟସ୍ତର ଯାଏଁ କଳା ଦିବସ ପାଳନ କରିବ ବିଜେପି ।

ବିପେଜି ଅଭିଯୋଗ କରିଛି ଯେ, ଏହି ଦିନେ ଦେଶର ସମସ୍ତ ବିରୋଧୀ ଦଳର ନେତୃବୃନ୍ଦକୁ ନେଇ ଜେଲ୍ ଭିତରେ ରଖିଥିଲେ । ୧୯ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ୱେଚ୍ଛାଚାରି ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତ୍ତନ କରିଥିଲା। ଇନ୍ଦିରା ଗାନ୍ଧୀ କ୍ଷମତା ଖସିବା ଭୟରେ ଏହି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ନିଜର ସ୍ୱାର୍ଥ ଏବଂ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ ବୋଲି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

Comments are closed.