Latest Odisha News

BREAKING NEWS

‘ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି’; କଡା ନିଶାନା ସାଧିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ବିଭିନ୍ନ ରାଜନୀତିକ ଦଳ ଭିତରେ ଚାଲିଛି ଘମୋଘୋଟ ଆରୋପ-ପ୍ରତ୍ୟାରୋପ । ପରସ୍ପରର ଖୁଣ ବାହାର କରି ଜନତାଙ୍କ ପ୍ରିୟଭାଜନ ହେବାକୁ ନିଜ ନିଜର ଜିଯାନ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳ । ଏହାରି ଭିତରେ ଏବେ ସମସ୍ତଙ୍କ ନଜର ଦିଲ୍ଲୀର ବସ୍ତି ଭୋଟରଙ୍କ ଉପରେ । କାରଣ ଦିଲ୍ଲୀର ବସ୍ତି ଭୋଟରଙ୍କୁ ଭାଗ୍ୟ ନିର୍ଦ୍ଧାରକ ଭାବେ ବିବେଚନା କରାଯାଏ । ଯାହା ପାଇଁ ଏବେ ସବୁ କୌଶଳ ଲଗାଇଛି ବିଜେପି । ଆପ୍ ସମର୍ଥନରେ ବସ୍ତି ଭୋଟର ରହିଥିବା ବେଳେ ଏହାକୁ ନିଜ ଆଡକୁ ଢଳାଇବାକୁ ସବୁ ଚେଷ୍ଟା କରୁଛି ବିଜେପି । ଯାହାର ଆଜି କଡା ଜବାବ ଦେିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ବିଜେପି ଯଦି ଦିଲ୍ଲୀରେ ସରକାରକୁ ଆସେ ତାହାଲେ ଦିଲ୍ଲୀରେ ବସ୍ତି ପୂରା ଲୋପ ପାଇଯିବ ବୋଲି ବଡ ଅଭିଯୋଗ କରିଛନ୍ତି କେଜ୍ରିଓ୍ବାଲ ।

ଆଜି ଦିଲ୍ଲୀର ଦିଲ୍ଲୀର ଶାକୁର ବସ୍ତି ଅଞ୍ଚଳର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କିଛି ଏମିତି କହି ବିଜେପିକୁ କଡା ନିଶାନା ସାଧିଛନ୍ତି କେଜ୍ରିଓ୍ବାଲ । ଏହାକୁ ନେଇ କେଜ୍ରିଓ୍ବାଲ କହିଛନ୍ତି, ଯଦି ବିଜେପି ସରକାରକୁ ଆସେ, ତାହେଲେ ପାଞ୍ଚ ବର୍ଷ ଧରି ବସ୍ତି ବାସିନ୍ଦାଙ୍କୁ ଅଣଦେଖା କରିବ । କେବଳ ଭୋଟ ପାଇଁ ନିର୍ବାଚନ ସମୟରେ ଆପଣଙ୍କ ସହ ଯୋଗାଯୋଗ କରିବ ବୋଲି ବସ୍ତି ବାସୀଙ୍କୁ ଉଦବୋଧନ ଦେଇଛନ୍ତି । ବିଜେପି ସତ୍ତାକୁ ଆସିଲେ ଦିଲ୍ଲୀ ସମସ୍ତ ବସ୍ତି ଅଞ୍ଚଳ ଧ୍ୱଂସ ହୋଇଯିବ। ସମସ୍ତ ବସ୍ତିକୁ ଭାଙ୍ଗି ଦେବ ବିଜେପି।

ଖାଲି ସେତିକି ନୁହେଁ କେଜ୍ରିଓ୍ବାଲ ଏହା ବି କହିଛନ୍ତି, ଯେ ବିଜେପି ପ୍ରଥମେ ଆପଣଙ୍କ ଭୋଟ ଚାହିଁବେ, ଆଉ ନିର୍ବାଚନ ପରେ ଆପଣଙ୍କ ଜମି । ବିଜେପିର ‘ଯେଉଁଠାରେ ବସ୍ତି ସେଠାରେ ଘର’ ଯୋଜନାକୁ ସମାଲୋଚନା କରି ଏହାକୁ କେବଳ ଏକ ଦେଖାଣିଆ ବୋଲି  କହିଛନ୍ତି କେଜ୍ରିଓ୍ବାଲ । ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପି ବସ୍ତି ବାସିନ୍ଦାଙ୍କ ପାଇଁ ମାତ୍ର ୪,୭୦୦ ଫ୍ଲାଟ ନିର୍ମାଣ କରିଛି । ବସ୍ତି ବାସିନ୍ଦାଙ୍କ ବାସଗୃହର ଆବଶ୍ୟକତାକୁ ପୂରଣ ନକରି ଜମି ଅଧିଗ୍ରହଣ କରିବାକୁ ବିଜେପି ଯୋଜନା କରିଛି ଅଭିଯୋଗ କରିଛନ୍ତି କେଜ୍ରିଓ୍ବାଲ ।

ତେବେ କହିରଖୁଛୁ, ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ  ୨୦୨୫ ଫେବୃଆରୀ ୫ରେ ହେବ ଭୋଟ ଗ୍ରହଣ । ଏଥିପାଇଁ ମଇଦାନ ତିନି ପ୍ରମୁଖ ଦଳ ବିଜେପି, ଆପ୍ ଏବଂ କଂଗ୍ରେସ ପକ୍ଷରୁ ଜୋର ଦାର୍ ଚାଲିଛି କ୍ୟାମ୍ପେନ୍ । ବିଜେପି ୧୯୯୮ରୁ ଦିଲ୍ଲୀରେ ଶାସନରୁ ବାହାରେ ଅଛି । ୨୦୧୫ରୁ ଦିଲ୍ଲୀରେ ଆପ ଶାସନରେ ରହିଛି । ବିଜେପିକୁ ୨୦୧୫ରେ ୩ ଏବଂ ୨୦୨୦ରେ ମାତ୍ର ୮ ସିଟ୍‌ ମିଳିଥିଲା । ହେଲେ ଚଳିତ ଥର ଯମୁନା ପ୍ରସଙ୍ଗ ହେଉକି ବିଶୁଦ୍ଧ ପାଣି କି ଦିଲ୍ଲୀ ପ୍ରଦୂଷଣ ସବୁଥିରେ ଅତିଷ୍ଠ ରହିଛନ୍ତି ଦିଲ୍ଲୀବାସୀ । ଯାହା ଆପ ବିରୋଧରେ ବିଜେପକୁ ବଡ ଅସ୍ତ୍ର ଦେଇଛି । କୁହାଯାଇଛି ଏଥର ବିଜେପି ପାଇଁ ବଡ ସୁଯୋଗ ବି ରହିଛି । ଏଥିପାଇଁ ଦିଲ୍ଲୀର ୨୦ ଲକ୍ଷ ବସ୍ତି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସମସ୍ତ ପ୍ରୟାସ କରୁଛି ବିଜେପି ।

Leave A Reply

Your email address will not be published.