Latest Odisha News

ରାହୁଲଙ୍କୁ ପିକେ ଏମିତି କଣ କହିଲେ..

ପାଣାଜୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଆଜିର ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ବିଜେପି ଏବଂ ନରେନ୍ଦ୍ର ମୋଦି ଯୁଗର ଅବସାନ ଏତେ ସହଜରେ ହେବ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ବିରୋଧୀ ଦଳଗୁଡିକ ଏକଜୁଟ କରିବା ପ୍ରସଙ୍ଗରେ ସେ ଏହା କହିଛନ୍ତି । ମୋଦିଙ୍କ କ୍ଷମତାକୁ ଆଙ୍କିବାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମସ୍ତବଡ ଭୁଲ କରୁଛନ୍ତି ।

ଲୋକେ କେବେ ମୋଦିଙ୍କୁ କ୍ଷମତାରୁ ବହିଷ୍କାର କରିବେ ନାହିଁ । ଅତି କମରେ ୪ ଦଶନ୍ଧି ଏବେ ବିଜେପି କ୍ଷମତାରେ ରହିବ । ତାଙ୍କୁ ହରାଇବାକୁ ହେଲେ ସେମାନଙ୍କ ଶକ୍ତି ବୁଝି ଲଢ଼ିବାକୁ ପଡିବ ବୋଲି ସେ କହିଛନ୍ତି । ପିକେ ଏବେ ଗୋଆରେ ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

Leave A Reply

Your email address will not be published.