Latest Odisha News

BREAKING NEWS

ଭୁବନେଶ୍ବରରେ ଉପରାଷ୍ଟ୍ରପତି; ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କଲେ

ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ସୋମବାର ସକାଳେ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ଅଧୀନରେ ସେ ଭୁବନେଶ୍ୱର ଓ କଟକ ସହରରେ ବିଧାନସଭା ସମ୍ବନ୍ଧୀୟ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସକାଳ ୯:୧୫ ସମୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଉପ-ରାଷ୍ଟ୍ରପତିଙ୍କୁ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ସ୍ୱାଗତ ଜଣାଇଥିଲେ।

ବିମାନବନ୍ଦରରୁ ଉପ-ରାଷ୍ଟ୍ରପତି ରାଧାକୃଷ୍ଣନ୍ ‘ମେଫେୟାର ସାଙ୍କଚୁଆରୀ କନଭେନସନ୍ ହଲ୍’କୁ ଯାଇଥିଲେ। ଯେଉଁଠାରେ ସେ ୧୭ତମ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ଏକ ଓରିଏଣ୍ଟେସନ୍ (ଦିଗ୍‌ଦର୍ଶନ) ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଧିବେଶନରେ ରାଜ୍ୟପାଳ ବ୍ରଜ ମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି।

ତେବେ ଓଡ଼ିଆରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି। ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅଭିବାଦନ ଜଣାଇଛନ୍ତି ଉପରାଷ୍ଟ୍ରପତି। ଜଗନ୍ନାଥଙ୍କ ମାଟିରେ ଛିଡାହେବା ମୋ ପାଇଁ ଅତ୍ୟନ୍ତ ଗବର୍ର ବିଷୟ। କ୍ଷମତା ସହିତ ଦାୟିତ୍ବ ମିଳିଥାଏ, ଏହାକୁ ନେଇ ବିଧାୟକ ଆଗକୁ ବଢିବା ଉଚିତ।ଚଳିତ ଥର ବିଧାନସଭାକୁ ୮୨ ପ୍ରଥମ ଥର ନିର୍ବାଚିତ ବିଧାୟକ ଆସିଛନ୍ତି। ଏହା ଯୁବ ଓ ଅଭିଜ୍ଞତାର ଏକ ପ୍ରକୃଷ୍ଟ ମିଶ୍ରଣ ବୋଲି କହିଛନ୍ତି ଉପରାଷ୍ଟ୍ରପତି।

ଅପରପକ୍ଷରେ ବାଚସ୍ପତି ସୁରମା ପାଢ଼ୀଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମଟି ବିଧାୟକମାନଙ୍କ ଜ୍ଞାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି। ଏହା ମାଧ୍ୟମରେ ସେମାନଙ୍କୁ ବିଧାନସଭାର ବୈଷୟିକ, ରାଜନୈତିକ ଏବଂ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧୀୟ ବିଷୟଗୁଡ଼ିକ ବିଷୟରେ ଅବଗତ କରାଯିବ।

Leave A Reply

Your email address will not be published.