Latest Odisha News

BREAKING NEWS

ଅଜବ ଖବର: ପରୀକ୍ଷା ଖାତାରେ ଏପରି କିଛି ଲେଖିଲେ ପରୀକ୍ଷାର୍ଥୀ, ଉତ୍ତର ଦେଖି କୋମାକୁ ଚାଲିଗଲେ ଶିକ୍ଷକ

ନୂଆଦିଲ୍ଲୀ: ଯେତେବେଳେ ଆମେ ସମସ୍ତେ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଯାଉ ସେତେବେଳେ ଆମେ ବିଭିନ୍ନ ପ୍ରକାରର ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଥାଉ । ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଏପରି ଥାଆନ୍ତି ଯେଉଁମାନେ ପାଠ ପଢିବା ପାଇଁ ଆଗ୍ରହୀ ଥାଆନ୍ତି ଏବଂ ଆଉ କିଛି ଏପରି ଥାଆନ୍ତି ଯେଉଁମାନଙ୍କର ପାଠ ସାଠ ବିଲକୁଲ ବି ହେଉନଥାଏ । ଆଉ ଯେତେବେଳେ ପରୀକ୍ଷା ଆସେ ସେତେବେଳେ ଦେଖିବାକୁ ମିଳିଥାଏ ସେମାନଙ୍କର କ୍ରିଏଟିଭିଟି ।ଏହିପରି ଜଣେ ଛାତ୍ରଙ୍କ ପରୀକ୍ଷା ଉତ୍ତର ଖାତା ବର୍ତ୍ତମାନ ସୋଶିଆଲ୍ ମିଡିଆରେ ଭାଇରାଲ ହେଉଛି । ଯଦି ଆପଣ ଏହି ଭାଇରାଲ ହେଇଥିବା ଉତ୍ତର ଖାତାଟିକୁ ଦେଖିବେ, ତେବେ ନହସି ରହିପାରିବେ ନାହିଁ । ଏବେ ଆପଣ ଭାବୁଥିବେ ଯେ ଛାତ୍ରଜଣକ ଖାତାରେ ଏପରି କଣ ଲେଖିଥିଲେ?

ଛାତ୍ର ଜଣଙ୍କ ନିଜ ପରୀକ୍ଷା ଖାତାରେ ପ୍ରଶ୍ନ ଯାହା ପଚରାଯାଇଥିଲା ତାହାର ଉତ୍ତରରେ ମନ ଇଚ୍ଛା ଉତ୍ତର ଲେଖିଛି । ପ୍ରଶ୍ନରେ ଭାଖଡା ନଙ୍ଗଲ ପରିଯୋଜନା ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ ଛାତ୍ର ଜଣଙ୍କ ପ୍ରଥମ ଲାଇନ୍‌ ଠିକ୍‌ ଲେଖିଥିଲା ବେଳେ ଦ୍ଵିତୀୟ ଲାଇନରୁ ଆରମ୍ଭ ହୋଇଥିଲା ତାଙ୍କର କ୍ରିଏଟିଭିଟି ଷ୍ଟୋରୀ । ପ୍ରଥମ ଲାଇନରେ ଡ୍ୟାମଟି ସତଲେଜ୍ ନଦୀ ଉପରେ ନିର୍ମିତ ବୋଲି ଲେଖା ହୋଇଥିଲା । କିନ୍ତୁ ତା’ପରେ ଉତ୍ତରରେ ଏହା ସର୍ଦ୍ଦାର ପଟେଲ, ପଣ୍ଡିତ ଜବାହର ଲାଲ ନେହେରୁ, ଗୋଲାପ ଚାଷ, ଟାଟା ବାଏ ବାଏ, ଚିନି, ଲଣ୍ଡନ, ଜର୍ମାନୀ ଏବଂ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚିଗଲା ଲେଖା ।

ବିଶ୍ବଯୁଦ୍ଧ ପର୍ଯ୍ୟନ୍ତ ଲେଖିବା ପରେ ପୁଣି ପଞ୍ଜାବ ଏବଂ ସତଲେଜ୍‌ ନଦୀ ଓ ଡ୍ୟାମ କଥା ଲେଖିଥିଲା ଛାତ୍ର । ତେବେ ଭାବନ୍ତୁ ଉତ୍ତର ଖାତା ଦେଖୁଥିବା ଶିକ୍ଷକ କଣ କରୁଥିବେ । ପ୍ରଶ୍ନରେ ମୋଟ ମାର୍କ ୧୦ ଥିବାବେଳେ ଶିକ୍ଷକ ଜଣକ କିଭଳି ମାର୍କ ଦେବେ ତାହା ମଧ୍ୟ ବୁଝିପାରୁନଥିଲେ। ଶେଷରେ ଶୂନ ମାର୍କ ଦେବା ସହିତ ଶିକ୍ଷକ ଜଣଙ୍କ ମଧ୍ୟ ତାଙ୍କର ଚମତ୍କାର କ୍ରିଏଟିଭିଟି ଦେଖାଇଲେ । ପରୀକ୍ଷା ଖାତା ଶେଷାରେ ଶିକ୍ଷକ ଜଣଙ୍କ ଲେଖିଲେ, ‘ଟିଚର୍‌ କୋମା ମେ ହୈ’ ଅର୍ଥାତ୍ ଶିକ୍ଷକ ଏବେ କୋମାରେ ଅଛନ୍ତି । ଯାହା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.