Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ବିଜେପିର ବିଜୟ, ୧୦ ବିଧାନସଭା ଆସନରେ ନିର୍ଦ୍ବନ୍ଦରେ ନିର୍ବାଚିତ

ଇଟାନଗର: ଅରୁଣାଚଳ ପ୍ରଦେଶରୁ ବିଜେପି ପାଇଁ ଏକ ଖୁସି ଖବର ଆସିଛି । କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଭୋଟିଂ ପୂର୍ବରୁ ଦଳ ୧୦ ଟି ସିଟ୍ ରେ ଜିତିଥିବାନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ ବିଜେପି ୧୦ ଟି ବିଧାନସଭା ଆସନ ଜିତିଛି ।

ଶନିବାର ନାମାଙ୍କନ ପ୍ରତ୍ୟାହାର ଅବଧି ଶେଷ ହେବା ପରେ ଏହି ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଉପମୁଖ୍ୟମନ୍ତ୍ରୀ ଚାଉନା ମେନ୍ ଏବଂ ଅନ୍ୟ ଆଠ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ମୁଫତୋ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏକମାତ୍ର ନାମାଙ୍କନ ଭରିଥିଲେ । ଏହି ସିଟ୍ ରେ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ସେ ବିଜୟୀ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପଓ୍ବନ କୁମ୍ର ସେନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ୯ଟି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ସେ କହିଛନ୍ତି, “୬ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କେବଳ ଗୋଟିଏ ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ, ଅନ୍ୟ ୪ ଟି ଆସନରେ ବିରୋଧୀ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଯାହା ଦ୍ବାରା ବିଜେପିର ବିଜୟ ହୋଇଛି ।

ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁଙ୍କ ମୃତ୍ୟୁ ପରେ ୨୦୧୦ ଉପ-ନିର୍ବାଚନରେ ​​ଖାଣ୍ଡୁ ଏହି ଆସନରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ୨୦୧୪ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ​​ବିପୁଳ ବ୍ୟବଧାନରେ ଜିତିଥିଲେ ।

Leave A Reply

Your email address will not be published.