Latest Odisha News

BREAKING NEWS

ଅଜା ହେବାକୁ ଯାଉଛନ୍ତି କି ସୁନୀଲ ସେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ଡ୍ୟାନ୍ସ ଦିୱାନେ ୪ ଶୋରେ ଏହି କଥା ପରୋକ୍ଷରେ ସୂଚନା ଦେଇଛନ୍ତି । ଭାରତୀ ସିଂ ଯେତେବେଳେ ତାଙ୍କୁ କହିଲେ ଆପଣ ଅଜା ହେବାକୁ ହେଲେ ଲୁକରେ ବହୁତ କିଛି ପରିବର୍ତନ କରିବାକୁ ପଡିବ । କାରଣ ଆପଣ କୌଣସି ଦିଗରୁ ଅଜା ପରି ଲାଗୁ ନାହାନ୍ତି । ଏହାର ଜବାବରେ ସୁନୀଲ କହିଥିଲେ ଯାହା ଲାଗୁଛି ଆଗାମୀ ସିଜନ ବେଳକୁ ମୁଁ ଅଜା ହୋଇ ଯାଇଥିବି । ସୁନୀଲଙ୍କ ଝିଅ ଆଥିୟା ଶେଟ୍ଟୀ କ୍ରିକେଟ କେଏଲ ରାହୁଲଙ୍କ ସହ ୪ ବର୍ଷ ଡେଟିଂ କରିବା ପରେ ୨୩ ଜାନୁୟାରୀ ୨୦୨୩ରେ ଉଭୟ ବିବାହ କରିଥିଲେ ।

ଆଥିୟା ଅଳ୍ପ କେତୋଟି ଫିଲ୍ମ କରିଥିଲେ ମଧ୍ୟ ତାହା ବକ୍ସ ଅଫିସରେ ସେତେ କମାଲ କରିପାରି ନାହିଁ । ବିବାହ ପରେ ସେ ଆଉ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ଅପରପକ୍ଷରେ ସୁନୀଲ ୱେଲକମ ଟୁ ଦି ଜଙ୍ଗଲ ଓ ହେରାଫେରୀ ଫ୍ରାଂଚାଇଜର ତୃତୀୟ ପାର୍ଟରେ ଅଭିନୟ କରିବା ପାଇଁ ସାଇନ କରିଛନ୍ତି । ଆଥିୟା କିମ୍ବା ରାହୁଲ କିନ୍ତୁ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି ।

Leave A Reply

Your email address will not be published.