Latest Odisha News

BREAKING NEWS

କେନ୍ଦୁଝର: ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରୁ ସଫ୍ଟୱେୟାର୍ ଇଞ୍ଜିନିୟରଙ୍କୁ କାବୁକଲେ ବିଜେପି କର୍ମୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଓଡିଶା ସ୍କୁଲ୍ ଅଫ୍ ମାଇନିଂ ପରିସରରେ ଥିବା ଏକ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବୁଲୁଥିବା ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ଧରିଛନ୍ତି। ପରେ ଉକ୍ତ ଯୁବକଙ୍କୁ ପୋଲିସର ଜିମା ଦେଇଥିଲେ ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ଗୋଟିଏ ଗାଡିରେ ୩ଜଣ ଯୁବକ ଆସି ଷ୍ଟ୍ରଙ୍ଗରୁମ୍ ସାମନାରେ ପହଞ୍ଚିଥିଲେ । ତେବେ ଧରାପଡ଼ିଥିବା ଯୁବକ ଜଣକ ନିଜକୁ ସଫ୍ଟୱେୟାର୍ ଇଞ୍ଜିନିୟର ଭାବେ ପରିଚୟ ଦେଉଥିବାବେଳେ ଅନ୍ୟ ୨ ଯୁବକ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଏନେଇ ସ୍ଥାନୀୟ ବିଜେପି ନେତା ବିରଜା ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବିଜେଡି ଇଭିଏମ୍ ଟାମ୍ପରିଂ ପାଇଁ କରିବାକୁ ଚେଷ୍ଟା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.