Latest Odisha News

BREAKING NEWS

ଝାଡ଼ାବାନ୍ତିରେ ଆଇ, ନାତି ମୃତ, ୨୫ରୁ ଅଧିକ ଆକ୍ରାନ୍ତ

ପାଟଣାଗଡ଼: ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଝଡ଼ାଇ ନେଲା ୨ ପ୍ରାଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଆଇ, ନାତିଙ୍କ ମୃତ୍ୟୁ ହୋଇଛି । ଗାଁର ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ରୁ ଅଧିକ ଜଣଙ୍କୁ ପାଟଣାଗଡ଼ ଡାକ୍ତରକାନାରେ ଭର୍ତ୍ତି କରାଯାଇଛି ।

ତେବେ ଗାଁରେ କିଭଳି ଝାଡ଼ାବାନ୍ତି ବ୍ୟାପିଲା ତାହା ଜଣାପଡ଼ି ନାହିଁ । ଗାଁର ୪୮ ବର୍ଷୀୟ କୁମାରୀ ମେହେରଙ୍କ ସହ ୧୦ ବର୍ଷର ନାତି ବବଲୁ ମେହେର ଝାଡ଼ାବାନ୍ତିରେ ଆଖି ବୁଜିଛନ୍ତି । ଝାଡ଼ାବାନ୍ତି ବ୍ୟାପିବା ପରେ ଆଜି ଗାଁରେ ଖପ୍ରାଖୋଲ ସିଏଚସିର ଏକ ଡାକ୍ତରୀ ଦଳ ପହଞ୍ଚିଛି । ଆକ୍ରାନ୍ତଙ୍କ ଚିକିତ୍ସା ଡାକ୍ତରୀ ଦଳ ଆରମ୍ଭ କରିବା ସହ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଟିମ୍ ପାନୀୟ ଜଳର ମାନ ଯାଞ୍ଚ କରୁଛନ୍ତି ।

ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ନୂଆଖାଇ ପରେ ଆମିଷ ବଜାରରୁ ଡାଇରିଆ ବ୍ୟାପିଥିବା ସ୍ୱାସ୍ଥ୍ୟ ବିଭାଗ ସନ୍ଦେହ କରୁଛି । ଝାଡ଼ାବାନ୍ତିରେ ଆଇ, ନାତିଙ୍କ ମୃତ୍ୟୁ ପରେ ପ୍ରଶାସନ ତନାଘନା ଆରମ୍ଭ କରିଛି । ଓଭରହେଡ୍ ପାଣି ଟାଙ୍କିରେ ଫିଲ୍ଟର ଲଗା ଯାଇନଥିବାରୁ ଏ ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.