Latest Odisha News

BREAKING NEWS

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ବିଜେପି କର୍ମୀ

ଭଦ୍ରକ : ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେତି ଉଗ୍ର ହୋଇଛି ବିଜେପି । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଆଜି ଭଦକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ବିଜେପି କର୍ମୀ । ଜୋର ଜବରଦସ୍ତ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଜିଲ୍ଲାପାଳଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ଟାଣି ଭାଙ୍ଗି ଦେବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ବିଜେପି କର୍ମୀ । ଏଥିସହ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ପାଇଁ ଲଗାଯାଇଥିବା ପୋଷ୍ଟର ଚିରବା ସହ ଚେୟାର ଭଙ୍ଗାରୁଜା କରିଛନ୍ତି ।

ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସରଂକ୍ଷଣ ତାଲିକାରେ ବ୍ୟାପକ ଭାବେ ବେଆଇନ କାର୍ଯ୍ୟ ହୋଇଥିବା ପ୍ରତିବାଦରେ ଆଜି ଭଦ୍ରକ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ କରାଯାଇଥିଲା । ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନେତୃତ୍ବରେ ଗାନ୍ଧୀ ପଡ଼ିଆରୁ ବିଜେପି କର୍ମୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ ।

ଏହି ସମୟରେ ବିଜେପି କର୍ମୀ ଜିଲ୍ଲାପାଳଙ୍କ ଗେଟ୍ ସମ୍ମୁଖରେ ବିକ୍ଷୋଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ । ପୋଲିସର ଅଟକାଇବାକୁ ଚେଷ୍ଟଶ କରିଥିଲେ ବି ବିଜେପି କର୍ମୀ ଗେଟ୍ ଭିତରକୁ ଜୋର ଜବରଦସ୍ତ ଧସେଇ ପଶିଥିଲେ । ବ୍ୟାପକ ଭଙ୍ଗାରୁଜା ସାଙ୍ଗକୁ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଭଦ୍ରକ ଏସପି ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.