Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଆଉ ଜଣେ ଯୁବ ବିଜେପି ନେତାଙ୍କୁ ହତ୍ୟା, ଟିଏମସିକୁ ଦାୟୀ କଲେ ଶୁଭେନ୍ଦୁ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ବି ହିଂସା କମିବାରେ ନାମ ଧରୁନି । ଆଜି ଉତର ଦିନାଜପୁରରେ ବିଜେପିର ଜଣେ ଯୁବ ନେତା ମିଥୁନ ଘୋଷଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ଶାସକ ଟିଏମସିର ହାତ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ରକ୍ତ ପୀପାସୁ ଅସାମାଜିକ ଶିକାରୀ ତାର ମାଲିକ କଥାରେ ଏହି କାଣ୍ଡ ଘଟାଇଛି ।

ଉଚିତ ସମୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୁଭେନ୍ଦୁ କହିଛନ୍ତି । ନିର୍ବାଚନ ଜିତିବା ପରେ ବିଜେପିର ଅନେକ କର୍ମୀ ଏବଂ ନେତାଙ୍କୁ ହତ୍ୟା କରାଯିବା ନେଇ ଅଭିଯୋଗ ହୋଇ ଆସୁଛି । ବେଙ୍ଗଲର ହିଂସା ନେଇ ରାଜ୍ୟପାଳ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.