Latest Odisha News

BREAKING NEWS

ସବୁ ରାଜ୍ୟ ପୋଲିସ ମୁଖ୍ୟଙ୍କ ବୈଠକ ଡାକିଲେ ଅମିତ ଶାହ

ନୂଆଦିଲ୍ଲୀ: ସବୁ ରାଜ୍ୟର ପୋଲିସ ମୁଖ୍ୟଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ । ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ ଗୃହମନ୍ତ୍ରୀ ଅମିତ ଶାହ । ବୈଠକରେ ସବୁ ରାଜ୍ୟର ପୋଲିସ ଡିଜି ଉପସ୍ଥିତ ରହିବେ । ସୁରକ୍ଷା ଓ ସମନ୍ୱୟ ଦିଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଏହି ବୈଠକ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ରାତି ୧୦ଟା ଯାଏ ଚାଲିବ ।

ଗତ ମାସରେ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବୈଠକ ଡାକିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ । ନକ୍ସଲ ଅଧ୍ୟୁଷିତ ୧୦ ରାଜ୍ୟର ସହ ମାଓ ମୁକାବିଲା ଓ ନକ୍ସଲ ଦମନ ରଣନୀତି ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ରାଜ୍ୟ ସେମାନଙ୍କର ମତାମତ ଦେଇଥିଲେ ।

ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିହାର ମୁଖ୍ୟମନ୍ତ୍ରୀ ସାମିଲ ଥିଲେ । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ କେରଳର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.