Latest Odisha News

BREAKING NEWS

ନୂଆପଡ଼ା ଓବିସି ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଆଜି ୧୨ଘଣ୍ଟିଆ ନୂଆପଡ଼ା ବନ୍ଦ। ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ୩୫୩ ଜାତୀୟ ରାଜପଥ ଖଡ଼ିଆଳରୁ ନୂଆପଡ଼ା ଯାଏଁ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।

ସକାଳ ୬ଟାରୁ ନୂଆପଡ଼ା, ଖଡ଼ିଆଳ, ସିନାପାଲି, ବୋଡ଼େନ, କୋମନାରେ ଓବିସି ମଞ୍ଚର କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ଼ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ବୋଡ଼େନ ଓ ସିନାପାଲି ବ୍ଲକ ସମ୍ପୂର୍ଣ୍ଣଭାବେ ବନ୍ଦ ରହିଛି।

ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଏବଂ ପଞ୍ଚାୟତ ନିର୍ବାଚନରେ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ନୂଆପଡ଼ା ଜିଲ୍ଲାରେ ମାତ୍ର ୨.୦୮ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି। ଜିଲ୍ଲାର ୧୩୧ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ମାତ୍ର ୪ଟି ଗ୍ରାମପଞ୍ଚାୟତରେ ପଛୁଆ ବର୍ଗଙ୍କୁ ସ୍ଥାନ ସଂରକ୍ଷିତ ରହିଛି। ପଛୁଆବର୍ଗଙ୍କ ପାଇଁ କମିଶନର ରିପୋର୍ଟ ଭିତ୍ତି କରି ସଂରକ୍ଷଣ ବ୍ୟବସ୍ଥା ପାଇଁ ସରକାରଙ୍କୁ ଆହ୍ୱାନ କରିଛନ୍ତି। ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.