Latest Odisha News

BREAKING NEWS

ମୟୂରଭଞ୍ଜରେ ବିକ୍ଷୋଭ ବେଳେ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଉଠାଇ ନେଲା ପୋଲିସ

ମୟୂରଭଞ୍ଜ : ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇ ଶେଷରେ ହଟହଟା ହେଲେ ମୟୁରଭଞ୍ଜ ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ସଭ୍ୟ । ଦିନ ତମାମ ତାଲା ବନ୍ଦ କରି ରଖି ବିକ୍ଷୋଭ କରୁଥିବା ଜିଲ୍ଲା ପରିଷଦ ସଭ୍ୟଙ୍କୁ ଉଠାଇ ନେଇଛି ପୋଲିସ । ବିଭିନ୍ନ ଦାବି ନେଇ ଆଜି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ କରିଥିଲେ ବିଜେପି ଜିଲ୍ଲା ପରିଷଦ ସଭ୍ୟ ।

ବାରମ୍ବାର କାର୍ଯ୍ୟ ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରାଯାଉଥିଲେ ବି ବିଭାଗ ପକ୍ଷରୁ ଟଙ୍କାଟିଏ ଖର୍ଚ୍ଚ ହେଉନଥିବା ଦଳ ଅଭିଯୋଗ କରିଛି । ଫଳରେ ଜନ ପ୍ରତିନିଧି ମାନେ ବିକାଶ କାର୍ଯ୍ୟ କରିବାରେ ବାଧା ଉପୁଜିଛି । ଏ ନେଇ ବାରମ୍ବାର ଅଭିଯୋଗ କଲେ ବି କର୍ତ୍ତୃପକ୍ଷ କୌଣସି ସନ୍ତୋଷ ଜନକ ଉତ୍ତର ଦେଉ ନାହାନ୍ତି । ଏପରିକି ଆଜି ନିର୍ବାହୀ ଯନ୍ତ୍ରୀ
ଆଲୋଚନା ପାଇଁ ଡାକି କାର୍ଯ୍ୟାଳୟରେ ନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଫଳରେ ଦିନ ତମାମ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟ । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ବିଫଳ ହେବା ପରେ ସମସ୍ତଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲା ।

Leave A Reply

Your email address will not be published.