Latest Odisha News

BREAKING NEWS

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ସବୁଜ ସଙ୍କେତ

କଟକ : ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ସବୁଜ ସଂକେତ । ଆସନ୍ତା ମାସକ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ବାଚନରେ ସବୁ ପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି ।

ରାଜ୍ୟରେ ୧୭ଟି କୋ-ଅପରେଟିଭ ବ୍ୟାଙ୍କ ରହିଛି । ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ୍‌ର ପ୍ରଶାସକ ପଦବୀକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ସମବାୟ ସମିତି ଗୁଡିକର ପରିଚାଳନା ଦାୟିତ୍ବ ଏବେ ପ୍ରଶାସକଙ୍କ ହାତରେ ରହିଛି । ହେଲେ କୋର୍ଟ କହିଛନ୍ତି, ପ୍ରଶାସକ ପଦବୀରେ ଜିଲ୍ଲାପାଳ ରହିବେ ନାହିଁ । ଏହି ପ୍ରସଙ୍ଗରେ ସୁନ୍ଦରଗଡ଼ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି କୋର୍ଟକୁ ଯାଇଥିଲେ । ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷ ହେବ ଶେଷ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର ସମବାୟ ନିର୍ବାଚନ କରୁ ନାହାନ୍ତି । ଏହା ସମବାୟ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ କରି ଦାଖଲ ହୋଇଥିବା ମାମଲାର ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଭବାନୀ ପ୍ରସାଦ ମାଝୀଙ୍କ ଆବେଦନର ଶୁଣାଣି ଶେଷ କରି ଏହି ରାୟ ଦେଇଛନ୍ତି ।

Leave A Reply

Your email address will not be published.