Latest Odisha News

ପିପିଇ କିଟ୍ କିଣା ଦୁର୍ନୀତି: ବିଜେପି-ବିଜେଡି ତୁ ତୁ ମେଁ ମେଁ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନା ନେଇ ରାଜନୀତି ଜୋର୍ ଧରିଛି । କରୋନା ପରିଚାଳନାରେ ଦୁର୍ନୀତି ହୋଇଥିବା ନେଇ ବଡ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ପିପିଇ କିଟ୍ କିଣାରେ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଏହି ଦୁର୍ନୀତିରେ ତାମିଲନାଡୁର ଲିଙ୍କ ରହିଛି । ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି । ସେହିପରି ପଂଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି । କେଉଁ କୋଭିଡ ହସ୍ପିଟାଲକୁ କେତେ ଟଙ୍କା ଦିଆଯାଇଛି ତାକୁ ସାମ୍ନାକୁ ଆଣନ୍ତୁ । ଏଥିସହ ଆକ୍ରାନ୍ତଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସାଂସଦ ଅପରାଜିତା କହିଛନ୍ତି ।

ସେପଟେ ଏହାର ଜବାବରେ ବିଜେଡି କହିଛି, ପ୍ରମାଣ ଥିଲେ ଦିଅ । ଏଭଳି ମନ ଇଚ୍ଛା କହିଦେଲେ ହେବନି । ଯଦି ନିର୍ଦ୍ଧିଷ୍ଟ କିଛି ପ୍ରମାଣ ଅଛି ତାହାହେଲେ ଦିଅନ୍ତୁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

Comments are closed.