Latest Odisha News

BREAKING NEWS

କରୋନାରୋ ବିଜେପିର ପୂର୍ବତନ ରାଜ୍ୟ ଉପ ସଭାପତି ବୃନ୍ଦାବନ କଳସଙ୍କ ପରଲୋକ

ଭୁବନେଶ୍ବର: କରୋନାରୋ ବିଜେପିର ପୂର୍ବତନ ରାଜ୍ୟ ଉପ ସଭାପତି ବୃନ୍ଦାବନ କଳସଙ୍କ ପରଲୋକ। ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

୧୯୯୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ସେ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥିଲେ। ସେ “ଅଟ୍ଟଳ ସମ୍ମାନ” ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ।

ସେ ଜଣେ ଖ୍ୟାତିସମ୍ପନ୍ନ ଶିଳ୍ପପତି ତଥା ଓସ୍କାର୍ଡ ବ୍ୟାଙ୍କର ପୂର୍ବତନ ସଭାପତି, ପୁରୀ ଗ୍ରାମ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ, ଖୋର୍ଦ୍ଧାର ପୂର୍ବତନ ଜିଲ୍ଲା ସଭାପତି ମଧ୍ୟ ଥିଲେ।

ସେ ୧୯୯୫ରେ ଖୋର୍ଦ୍ଧାରୁ ବିଧାନସଭା ପ୍ରାର୍ଥୀ ଏବଂ ୧୯୯୬ରେ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ।

Comments are closed.