Latest Odisha News

BREAKING NEWS

କଟା ଘା’ ରେ ଚୁନ ଲଗେଇଲା ବିଜେପି, ରାହୁଲଙ୍କ ଘରକୁ ପଠାଇଲା ଜଲେବି

ନୂଆଦିଲ୍ଲୀ: କଟା ଘା’ ରେ ଲୁଣ ଛିଟା ପକଉଛି ବିଜେପି l ଗତକାଲି ପ୍ରକାଶ ପାଇଛି ହରିୟାଣା ବିଧାନସଭା ନିର୍ବାଚନ l ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ହରିୟାଣାର ବିଜେପି ୟୁନିଟି ଭିନ୍ନ ରୂପରେ ନିଜର ବିଜୟ ଉତ୍ସବ ମନାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି ଦଳ l ରାହୁଲଙ୍କ ପାଇଁ ୧ କିଲୋ ଜଲେବି ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ପଠାଇଛି ଦଳ ।

ହରିୟାଣା ବିଧାନସଭା ନିର୍ବାଚନରେ ଜଲେବି ପ୍ରସଙ୍ଗ ଏକ ରୋଚକ ବିଷୟ ଥିଲା l ହରିୟାଣାରେ କଂଗ୍ରେସ ନିର୍ବାଚନ ହାରିବା ପରେ ଏହି ଜଲେବି ପ୍ରସଙ୍ଗକୁ ନେଇ ଦଳକୁ ଟାର୍ଗେଟ୍‌ କରିଛି ବିଜେପି । ରାହୁଲ ଗାନ୍ଧିଙ୍କ ଘରକୁ ଏକ କିଲୋ ଜଲେବି ପଠାଇବା ସହ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଇଛି ବିଜେପି l ଏକ ସ୍କ୍ରିନସଟ୍‌ ସହ ଏକ୍ସରେ ଏକ ପୋଷ୍ଟ କରି ବିଜେପି ଲେଖିଛି ଯେ, “ବିଜେପି(ହରିଆଣା) ର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଘରକୁ ଏକ କିଲୋ ଜଲେବି ପଠାଯାଇଛି।’’ ପୋଷ୍ଟ ହୋଇଥିବା ସ୍କ୍ରିନ୍‌ସଟଟି ଏକ ଫୁଡ୍‌ ଡେଲିଭରି ଆପ୍‌ l

କହିରଖୁଛୁ ଯେ, ହରିୟାଣା ବିଧାନସଭା ନିର୍ବାଚନୀ ପ୍ରଚାରରେ ରାହୁଲ ବିଜେପିକୁ ଟାର୍ଗେଟ କରି କହିଥିଲେ, ଏହି ଅଞ୍ଚଳରେ ବିପୁଳ ପରିମାଣର ଜଲେବି ତିଆରି ହେବ ଓ ଦେଶ ସାରା ବିକ୍ରି କରାଯିବ। ଏହି ଜଲେବି ରପ୍ତାନି ରୋଜଗାର ଓ ରାଜସ୍ବକୁ ପ୍ରୋତ୍ସାହିତ କରିବ। କିନ୍ତୁ କେନ୍ଦ୍ରର ଜିଏସ୍‌ଟି, ସାମଗ୍ରୀ ଓ ସେବା କର ପ୍ରକ୍ରିୟା ହେତୁ ଜଲେବି ବିକାଳି ବହୁ କ୍ଷତି ସହିଛନ୍ତି। ଯାହାକି ଆଗାମୀ ଦିନରେ ଘଟିବ ନାହିଁ ବୋଲି କହିଥିଲେ ରାହୁଲ । କିନ୍ତୁ ଏହାକୁ ତୀବ୍ର ସମାଲୋଚନା କରି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଥିଲେ, ରାହୁଲ ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ ତାହା ବୋଧେ ଜାଣିନାହାନ୍ତି ।

Leave A Reply

Your email address will not be published.