Latest Odisha News

କିଏ କହିଲେ ଚିନ୍ତା କରନ୍ତୁ ନାହିଁ, ମୁଁ ଜିତିବି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ପାଇଁ ବିଜେପି ଏବଂ ଟିଏମସି ସମସ୍ତ ପ୍ରକାର ରଣନୀତି ଆପଣାଇବାରେ ଲାଗିଛନ୍ତି । ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ନନ୍ଦିଗ୍ରାମ ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଭରିଛନ୍ତି । ହଳଦିଆରେ ପଦଯାତ୍ରା ବେଳେ ଶୁଭେନ୍ଦୁ କହିଛନ୍ତି, ଚିନ୍ତା କରନ୍ତୁ ନାହିଁ । ମୁଁ ତାଙ୍କୁ ହରାଇବି । ପୋଷ୍ଟର ଓ ପତାକା ଚିରି ନିର୍ବାଚନରେ ବିଜୟ ହାସଲ କରାଯାଇ ପାରିବ ନାହିଁ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ, ୮୦ ବର୍ଷୀୟା ମହିଳାଙ୍କୁ ମାରିଲା କିଏ ? ବିଜେପି କର୍ମୀଙ୍କୁ କାହିଁକି ହତ୍ୟା କରାଯାଉଛି । ଏବେ ନନ୍ଦ୍ରିଗାମ ଆସିବା ପରେ ଚଣ୍ଡୀପାଠ କରାଯାଉଛି । ପୂର୍ବରୁ ତାହାହେଲେ ଦୁର୍ଗା ମୂର୍ତି ବିସର୍ଜ୍ଜନ ଓ ସରସ୍ୱତୀ ପୂଜା ପାଇଁ କାହିଁକି ଅନୁମତି ଦିଆଯାଉ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.