Latest Odisha News

BREAKING NEWS

କର୍ଣ୍ଣାଟକ ନିର୍ବାଚନ; ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କଲା ବିଜେପି, ଏଥର ଏହି ବିଧାୟକଙ୍କର କଟିଲା ଟିକେଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କରିଛି। ପୂର୍ବତନ ବିଜେପି ନେତା ଜଗଦିଶ ଶେଟ୍ଟାର ଯେଉଁ ହୁବ୍ବାଳି ସେଣ୍ଟ୍ରାଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଚାହୁଥିଲେ ସେଠୁ ବିଜେପି ସାଧାରଣ ସମ୍ପାଦକ ମହେଶ ତେଙ୍ଗିନାକାଇଙ୍କୁ ଟିକେଟ୍ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ ବି ଜଣେ ବିଜେପି ବିଧାୟକଙ୍କ ଟିକେଟ୍ କଟିଛି। ସେ ହେଉଛନ୍ତି ଅରବିନ୍ଦ ଲିମ୍ବାଭାଲି। ତେବେ ତାଙ୍କ ପତ୍ନୀ ମୁଞ୍ଜୁଳାଙ୍କୁ ମହାଦେବପୁର ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ଦିଆଯାଇଛି।

ଦଳ ଛାଡ଼ିବେ ବୋଲି ଧମକ ଦେଉଥିବା କରାଡି ସଙ୍ଗନ୍ନା ଅମରପ୍ପାଙ୍କ ନା ମଧ୍ୟ ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକାରେ ନାହିଁ। ବିଜେପି କରାଡ଼ିଙ୍କ ଟିକେଟ୍ କାଟି କୋପାଲରୁ ତାଙ୍କ ଝିଅ ମଞ୍ଜୁଳା ଅମରେଶଙ୍କୁ ଟିକେଟ୍ ଦେଇଛି। ଆଜିର ପ୍ରାର୍ଥି ତାଲିକାକୁ ମିଶାଇଲେ ମୋଟ ଆସନ ୨୨୪ରୁ ବିଜେପି ବର୍ତ୍ତମାନ ସୁଦ୍ଧା ୨୨୨ ପ୍ରାର୍ଥିଙ୍କ ନାଁ ଘୋଷଣା କରିଛି।

ପ୍ରଥମ ପର୍ଯ୍ୟାୟରେ ୧୮୯ ପ୍ରାର୍ଥିଙ୍କ ନାଁ ଘୋଷଣା କରିଥିଲା ଦଳ। ଏଥିରେ ଲକ୍ଷ୍ମଣ ସାବଦୀଙ୍କ ଟିକେଟ୍ କଟିଥିବାରୁ ସେ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୨୩ ପ୍ରାର୍ଥିଙ୍କ  ତାଲିକା ଘୋଷଣା କରିଥିଲା ଦଳ। ଏଥିରେ ଅସନ୍ତୋଷ ହୋଇ ଜଗଦିଶ ଶଟ୍ଟାର ଦଳ ଛାଡ଼ିଥିଲେ। ଆଜି ସେ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି।

ସୂଚନା ଥାଉକି କର୍ଣ୍ଣାଟକରେ ମେ ୧୦ ତାରିଖରେ ନିର୍ବାଚନ ହେବ। ଏଥିପାଇଁ କଂଗ୍ରେସ ବିଜେପି ସମେତ ଅନ୍ୟାନ୍ୟ ଦଳ ପ୍ରଚାର କାର୍ଯ୍ୟାରେ ଲାଗିପଡ଼ିଛନ୍ତି। ଭୋଟଗ୍ରହଣର ୩ ଦିନ ପରେ ଅର୍ଥାତ ମେ ୧୩ ତାରିଖରେ ଭୋଟ ଗଣତି କରାଯାଇ ଫଳ ପ୍ରକାଶ କରାଯିବ।

Comments are closed.