Latest Odisha News

ମାଧୁରୀଙ୍କ ଡ଼୍ୟାନ୍ସ ଦେଖି ପ୍ରଶଂସା କଲେ ଅନୀଲ: କହିଲେ ତାଙ୍କ ସହ ଫିଲ୍ମ କରିବାକୁ ଆହୁରି ଇଛା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍‌ଙ୍କ ଡ଼୍ୟାନ୍ସ ଦେଖି ପ୍ରଶଂସାରେ ପୋତିଦେଲେ ଅଭିନେତା ଅନିଲ କପୁର । ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ମାଧୁରୀ ତେଜାବ୍ ଫିଲ୍ମର ‘ଏକ-ଦୋ-ତିନି-ଚାର’ ଗୀତରେ ଡ଼୍ୟାନ୍ସ କରିଥିଲେ । ମଞ୍ଚରେ ମାଧୁରୀଙ୍କ ଡ଼୍ୟାନ୍ସ ଦେଖି ଅନୀଲ ପ୍ରଶଂସା ନ କରି ରହିପାରିଲେ ନାହିଁ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମାଧୁରୀଙ୍କୁ ‘ଟାଇମଲେସ୍ ଆଇକନ୍‌’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମାଧୁରୀ ଏକ ପିଚ ରଙ୍ଗର ଗାଉନ୍ ପିନ୍ଧି ମଞ୍ଚରେ ପୁରସ୍କାର ନେଉଥିବାର ନଜର ଆସିଥିଲେ । ପରେ ମାଧୁରୀ ୧୯୮୮ ମସିହାରେ ଆସିଥିବା ତେଜାବ ଫିଲ୍ମର ଲୋକପ୍ରିୟ ଗୀତ ‘ଏକ-ଦୋ-ତିନି-ଚାର’ରେ ଡ଼୍ୟାନ୍ସ କରିଥିଲେ । ତାଙ୍କର ଡ଼୍ୟାନ୍ସ ଦେଖି ଲୋକେ ଖୁବ୍ ଜୋରରେ କରତାଳି ଦେଇଥିଲେ । କିନ୍ତୁ ଅନିଲ ନିଜକୁ ରୋକି ନ ପାରି ମଞ୍ଚକୁ ଯାଇ ମାଧୁରୀଙ୍କ ପ୍ରଶଂସା କରିଥିଲେ । ଅନୀଲ କହିଥିଲେ ଯେ, ମାଧୁରୀ ଜଣେ ଉଚ୍ଚକୋଟୀର ଅଭିନେତ୍ରୀ । ମୁଁ ତାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛି । ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ଭାବେ । ତଥାପି ଆଗକୁ ଆହୁରି କାମ କରିବାକୁ ଚାହୁଁଛି ବୋଲି କହିଥିଲେ ଅନୀଲ ।

Leave A Reply

Your email address will not be published.