Latest Odisha News

BREAKING NEWS

ଭାରତ କୃଷକ ସଂଗଠନରୁ ବିଦା ହେଲେ ଟିକାଏତ ଭାଇ, ରାଜେଶ ସିଂ ହେଲେ ନୂତନ ସଭାପତି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମାଧ୍ୟମରେ ସାରା ଦେଶରେ ଚର୍ଚ୍ଚିତ ହେବା ସହ ସରକାରଙ୍କୁ ଅସୁବିଧାରେ ପକାଇଥିବା ଟିକାଏତ ଭାଇଙ୍କୁ ସଂଗଠନରୁ ହଟାଇ ଦିଆଯାଇଛି । ଚୌଧୁରୀ ମହେନ୍ଦ୍ର ସିଂ ଟିକାଏତଙ୍କ ଶ୍ରାଦ୍ଧବାର୍ଷିକରେ ଭାରତ କୃଷକ ସଂଗଠନ ଗଠନ କରାଯାଇଛି । ରାକେଶ ଟିକାଏତ ଓ ନରେଶ ଟିକାଏତଙ୍କ ବଦଳରେ ସଂଗଠନର ସଭାପତି ରାଜେଶ ସିଂ ଚୌହ୍ୱାନଙ୍କୁ କରାଯାଇଛି । ନୂତନ ଭାବେ ଗଠିତ ଏହି ସଂଗଠନର ବୈଠକରେ ଟିକାଏତ ଭାଇ ଅନୁପସ୍ଥିତ ଥିଲେ ।

କୃଷକ ସଂଗଠନ ଖୋଲାଖୋଲି ଭାବେ ଟିକାଏତ ଭାଇଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କୃଷକ ଆନ୍ଦୋଳନ ମାଧ୍ୟମରେ ସେମାନେ ବ୍ୟକ୍ତିଗତ ଫାଇଦା ଉଠାଇଥିଲେ ବୋଲି ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ବିଜେପି ସରକାର ତାଙ୍କ ଉଦ୍ୟମରେ ସଫଳ ହୋଇଛି ବୋଲି ରାକେଶ ଟିକାଏତ କହିଛନ୍ତି ।

Comments are closed.