Latest Odisha News

BREAKING NEWS

ପାକିସ୍ତାନରେ ଦୁଇ ଶିଖ୍ ଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର: ପାକିସ୍ତାନର ଖାଇବର୍ ପଖତୁନ୍ ରେ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଶିଖ୍ ଯୁବକଙ୍କୁ ରବିବାର ସକାଳେ ଗୁଳି କରି ହତ୍ୟା କରାଯାଇଛି । ଉଭୟ ନିଜ ଦୋକାନରେ କାମ କରୁଥିବା ବେଳେ ଦୁବୃର୍ତ୍ତ ବାଇକ୍ ରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଦୁଇ ଶିଖ୍ ଯୁବକ ରଣଜିତ୍ ସିଂ ଓ କୁଲଜୀତ୍ ସିଂ ପ୍ରାଣ ହରାଇଛନ୍ତି ।

BjdElectrycity

ଏହି ହତ୍ୟାକାଣ୍ଡ ସାଂପ୍ରଦାୟିକ ବା ଘୃଣା ଜନିତ ବୋଲି ସନ୍ଦେହ କରାଯାଉଛି । ଖାଇବର୍ ପଖତୁନ୍ ରାଜ୍ୟ ସରକାର ଏହି ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମାହମୁଦ୍ ଖାନ୍ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପୋଲିସ କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଘଟଣ ପାକିସ୍ତାନରେ ବିଭିନ୍ନ ସଂପ୍ରଦାୟ ଭିତରେ ଥିବା ସଂପର୍କକୁ ଛେଦ କରୁଛି ବୋଲି ମାହମୁଦ୍ କହିଛନ୍ତି ।

ତେଣେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଏହି ଅଘଟଣକୁ ସେ କଡ଼ା ନିନ୍ଦା କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରି କଡ଼ା ଦଣ୍ଡବିଧାନ କରିବାକୁ କହିଛନ୍ତି ।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏହି ହତ୍ୟାକାଣ୍ଡ କୁ କଡ଼ା ନିନ୍ଦା କରିବା ସହ ଭାରତ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.