Latest Odisha News

BREAKING NEWS

ନିଷ୍ଠୁର ଡିସେମ୍ବର: ଗଲାବେଳେ ସବୁବେଳେ କନ୍ଦେଇଥାଏ

ପୁରୀ: ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଆଗ୍ରହୀ ହେଉଥିବା ବେଳେ ଶୁକ୍ରବାର ଏ ଭଳି କେତେଗୁଡିଏ ଘଟଣା ଘଟିଗଲା ଯେ, ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ଏଥର ନୁହେଁ ସବୁବେଳେ ଡିସେମ୍ବର ଯିବା ପୂର୍ବରୁ ଆଖିରେ ଲୁହ ଦେଇ ଯାଇଥାଏ । ପ୍ରଥମେ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଏବଂ ପରେ ଫୁଟବଲ ଜଗତର ମହାନ ଖେଳାଳି ପେଲେଙ୍କ ପରଲୋକ ଖବର ମନକୁ ବିଚଳିତ କରିଥିଲା । ଶେଷରେ କ୍ରିକେଟର ରିଷଭ ପନ୍ତଙ୍କ ଦୁର୍ଘଟଣା ଛାତିରେ ଛନକା ସୃଷ୍ଟି କରିଥିଲା । ଆଉ ଶେଷରେ କରୋନାର ଭୟଙ୍କର ରୂପ ପାଦ ଚିପ ଚିପି ଆମ ଆଡକୁ ଆସୁଛି । ଅବଶ୍ୟ ଏହାକୁ ସହିବା ପାଇଁ ଭଗବାନ ଆମକୁ ଶକ୍ତି ଦେଇଥାନ୍ତି ସତ କିନ୍ତୁ ଡିସେମ୍ବର କାହିଁକି ନିର୍ଦ୍ଦୟୀ ସେ ରହସ୍ୟ ଏବେ ବି ଅନାବୃତ ହୋଇ ରହିଛି । ଆସନ୍ତ ଆଖି ପକେଇବା ଡିସେମ୍ବରର ଦୁଃଖଦ ଘଟଣା ଉପରେ…

୩ ଡିସେମ୍ବର ୧୯୧୫: ଅରୁଣାଚଳରେ ଭୟଙ୍କର ଭୂମିକମ୍ପ ଆସିଥିଲା । ୧୭୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ ।
୩ ଡିସେମ୍ବର ୧୯୮୪: ଭୋପାଳ ୟୁନିୟନ କାର୍ବାଇଡ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ ହୋଇଥିଲା । ୩୦୦୦ ଲୋକ ମରିଥିବା ବେଳେ ଲକ୍ଷାଧିକ ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ପଡିଥିଲା ।
୫ ଡିସେମ୍ବର ୧୯୪୩: ଜାପାନର ଲଢ଼ୁଆ ବିମାନ ଭାରତ ଉପରେ ବୋମା ବର୍ଷଣ କରିଥିଲେ ।
୬ ଡିସେମ୍ବର ୧୯୯୨: ହିନ୍ଦୁ କରସେବକ ଅଯୋଧ୍ୟାରେ ବାବରୀ ମସଜିଦ ଭାଙ୍ଗି ଦେଇଥିଲେ । ହିଂସା ଯୋଗୁ ୨ ମୃତ ଓ ଅନେକ ଆହତ ହୋଇଥିଲେ ।
୮ ଡିସେମ୍ବର ୨୦୨୧: ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାର ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ । ପତ୍ନୀ ଓ ଅନ୍ୟ ୧୦ ସହଯୋଗୀଙ୍କ ମୃତ୍ୟୁ ।
୧୩ ଡିସେମ୍ବର ୨୦୦୧: ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ । ୯ ମୃତ ୧୮ ଆହତ ।
୧୪ ଡିସେମ୍ବର ୨୦୧୧: ପଶ୍ଚିମବଙ୍ଗରେ ବିଷାକ୍ତ ମଦ୍ୟପାନ କରି ୧୬୬ ମୃତ ।


୧୬ ଡିସେମ୍ବର ୨୦୧୨: ନୂଆଦିଲ୍ଲୀ ଚଳନ୍ତା ବସରେ ନିର୍ଭୟାଙ୍କ ଗ୍ୟାଙ୍ଗରେପ । ଦେଶରେ ତୀବ୍ର ପ୍ରତିକ୍ରିୟା ।
୨୩ ଡିସେମ୍ବର ୧୯୯୫: ହରିୟାଣାର ସିରସା ଜିଲ୍ଲାର ଡିଏଭି ପବ୍ଲିକ ସ୍କୁଲରେ ଭୟାବୟ ଅଗ୍ନିକାଣ୍ଡ । ୪୦୦ ମୃତ, ୧୫୦ ଆହତ ।
୨୪ ଡିସେମ୍ବର ୧୯୯୯: ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି ୮୧୪କୁ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ । ବନ୍ଧକଙ୍କ ଜୀବନ ବଦଳରେ ଜୈଶ ଏ ମହମ୍ମଦର ମୌଲାନା ମସୁଦ ଆଝାରଙ୍କୁ ଛଡା ଗଲା ।
୨୬ ଡିସେମ୍ବର ୨୦୦୪: ଭାରତ ମହାସାଗରରେ ସୁନାମୀ । ଭାରତ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ।
୨୭ ଡିସେମ୍ବର ୧୯୭୫: ସ୍ୱତନ୍ତ୍ର ଭାରତ ଇତିହାସରେ ସବୁଠାରୁ ବଡ ଖଣି ଦୁର୍ଘଟଣା । ଧନବାଦ ଚାସନାଲସ୍ଥିତ ଖଣିରେ ରିଜର୍ଭୱାୟର ଭାଙ୍ଗି ଯାଇଥିଲେ । ୩୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା ।

Comments are closed.