Latest Odisha News

BREAKING NEWS

ଭୁବନେଶ୍ବରରେ ବନ୍ଦ ଘରେ ଚାଲିଥିଲା ନରବଳି ଯୋଜନା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭଡ଼ା ଘରେ କବାଟ କିଳି ଚାଲିଥିଲା ଗୁଣି ଗାରେଡି ଓ ତନ୍ତ୍ର ସାଧନା । ଘର ଭିତରୁ ମିଳିଛି ହାଡ କଙ୍କାଳ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ । ଘଟଣାସ୍ଥଳରୁ ତାନ୍ତ୍ରିକ ଜଣକ ଫେରାର ରହିଛି । ଖବରପାଇ କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୂଯାୟୀ, ଚର୍ଚ୍ଚିଲ କାନୁନଗୋ ନାମକ ଜଣେ ବ୍ୟକ୍ତି ଭଡାଘର ନେଇ ରହୁଥିଲେ । ଘର ମାଲିକ ହଠାତ୍ ଚର୍ଚ୍ଚିଲଙ୍କ ଘରକୁ ଯାଇ ସେଠାରେ ଦେଖିବା ପରେ ଘରର ଚାରି କୋଣରେ ମାଟି ହାଣ୍ଡି ରଖାଯାଇଥିବା ଦେଖିବାକୁ ପାଇଥିଲେ । ଘର ମଝିରେ ଗୋଟିଏ ଗାତ ଖୋଳା ଯାଇଛି । ସେଠାରେ ହୋମ ହଜ୍ଞ ହେଉଥିଲା । ହୋମ ପାଇଁ ହୋଇଥିବା କୁଣ୍ଡ ହୋମ କାଠ, ସାବଳ, କୋଡ଼ି, ହାଡ ଓ ରକ୍ତ ଭିଜା ଗୋଟିଏ ଗାଙ୍ଗୁଲା ପଡ଼ିଥିବାରୁ ସେଠାରେ ନର ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି ।

ତାନ୍ତ୍ରିକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । କମିଶନରେଟ୍‌ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Comments are closed.