Latest Odisha News

BREAKING NEWS

ସୁନ୍ଦରଗଡ଼ ଜଙ୍ଗଲରେ ବୁଲୁଛି ବ୍ଲାକ ପାନ୍ଥର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଠାବ ହେଲା ବ୍ଲାକ ପାନ୍ଥର। ସୁନ୍ଦରଗଡ଼ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଜଙ୍ଗଲରେ ବୁଲୁଥିବା ସନ୍ଧାନ ମିଳିଛି। ଏ ନେଇ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେ ସୂଚନା ଦେଇଛନ୍ତି । ଅଲ୍ ଓଡ଼ିଶା ଲିଓପର୍ଡ ସର୍ଭେରୁ ଏହି କଳା ବାଘର ସୂଚନା ମିଳିଛି ।

 

ଗତ ୨୦୨୩ ଡିସେମ୍ବର ମାସରେ ମଧ୍ୟ ହେମଗିରି ଫରେଷ୍ଟ ରେଞ୍ଜରେ କଳା ବାଘ ଠାବ ହୋଇଥିଲା । ତେବେ ଗର୍ଜନ ପାହାଡ଼ରେ ଥିବା ଜଙ୍ଗଲରେ ଅଧିକ କ୍ୟାମେରା ଲଗାଇ ଏହି ବାଘ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ବନ ବିଭାଗ ଯୋଜନା କରୁଥିବା ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.