Latest Odisha News

BREAKING NEWS

ଅର୍ଚ୍ଚନା ମାମଲାରେ ଇଡିର ଛାନଭିନ୍; ନୋଟିସ୍ ପାଇଁ ଲମ୍ବା ତାଲିକା, କାହାକୁ ଡାକିବ ?

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମେଲିଂ କାରବାରରେ ଗିରଫ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମାମଲାରେ ସକ୍ରିୟ ହୋଇଛି ଇଡି । ଦମ୍ପତିଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ଆର୍ଥିକ କାରବାର ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପର୍ଯ୍ୟାୟକ୍ରମେ ଇଡି ସେମାନଙ୍କୁ ପଚରାଉଚରା ପାଇଁ ଡାକିବ ବୋଲି ଜଣା ପଡ଼ିଛି ।

ଇଡିର ଖୋଳାତାଡ଼ ବେଳେ ଜଣାପଡ଼ିଛି, ଅର୍ଚ୍ଚନା ଓ ଜଗବନ୍ଧୁ ପ୍ରାୟ ସବୁ କାମ ନଗଦ ଟଙ୍କା ଦେଇ କରୁଥିଲେ । ଘରେ ଲାଗିଥିବା ବହୁ ମୂଲ୍ୟ ସାମଗ୍ରୀ ହେଉ ଅବା ଲକଜୁରୀ ଗାଡ଼ି ସବୁ କିଛି ଅର୍ଚ୍ଚନା ଓ ଜଗବନ୍ଧୁ ଟଙ୍କା ଦେଇ କିଣିଛନ୍ତି । ଇଡି ସମ୍ପୃକ୍ତ ଶୋ’ ରୁମ ଯାଇ ଖୋଳତାଡ଼ କରିବା ସହ ତଦନ୍ତରେ ସହଯୋଗ ପାଇଁ ଇଡି ନୋଟିସ୍ କରିପାରେ ।

ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଇଡି ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅନେକ ପ୍ରମାଣ ପାଇଛି । ଫେରାର୍ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନୋଟିସ୍ କରିଛି ଇଡି । ହାଜର ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ସକ୍ରିୟ ହେବା ପରେ ସମ୍ପର୍କରେ ଆସିଥିବା ନେତା, ଅଧିକାରୀ ଛାନିଆ ହୋଇ ପଡ଼ିଛନ୍ତି । ଇଡି ତଦନ୍ତ ବେଳେ ଯେଭଳି ସେମାନଙ୍କ ସମ୍ପୃକ୍ତି ପଦାକୁ ନ ଆସିବ ସେନେଇ ଲାଗି ପଡ଼ିଛନ୍ତି ବିଭିନ୍ନ ବ୍ୟକ୍ତି ବିଶେଷ ।

ଖାଲି ବ୍ଲାକମେଲିଂ ନୁହେଁ ଚର୍ଚ୍ଚା ହେଉଛି ରାଜ୍ୟରେ ଟେଣ୍ଡର ଫିକ୍ସିଂ, ବଦଳି, ଠିକାଦାର ଭଳି କାର୍ଯ୍ୟରେ ଅର୍ଚ୍ଚନା ଥିଲେ ନେତା, ମନ୍ତ୍ରୀଙ୍କ ମାଧ୍ୟମ । ଅର୍ଚ୍ଚନାଙ୍କ ଜରିଆରେ ନେତା କଳା ଟଙ୍କା କମାଇବା ସହ ଭାଗ ଦେଉଥିଲେ । ଏବେ ଇଡି ସେ ଦିଗରେ ଖୋଳତାଡ଼ ଆରମ୍ଭ କରିଛି । ଯାହାକୁ ନେଇ ଛାନିଆ ହୋଇ ପଡ଼ିଲେଣି ସମ୍ପୃକ୍ତ ଥିବା ନେତା, ଅଧିକାରୀ ।

Leave A Reply

Your email address will not be published.