Latest Odisha News

BREAKING NEWS

SDJM କୋର୍ଟରେ ହାଜର ପରେ ପୁଣି ଜେଲ୍ ଗଲେ ଅର୍ଚ୍ଚନା ନାଗ, କହିଲେ ‘ମିଛ ଖବର କରନ୍ତୁନି’

ଭୁବନେଶ୍ୱର: ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ କମିଶନରେଟ୍ ପୋଲିସ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ପୁଣି ଥରେ ଝାରପଡ଼ା ଜେଲକୁ ନିଆଯାଇଛି ।

ଜଣେ ଯୁବତୀଙ୍କୁ ମୋହରା କରି ଅର୍ଚ୍ଚନା, ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରିଥିଲେ । ଆପତ୍ତିଜନକ ଫଟୋ ଉତ୍ତୋଳନ କରି ୩ କୋଟି ଟଙ୍କା ମାଗିଥିବା ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ଏହି ମାମଲାରେ ପୋଲିସ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିଥିବା ବେଳେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ । ଜାମିନ ଆବେଦନର ଶୁଣାଣି ହୋଇ ନାହିଁ । ସେପଟେ ପୋଲିସ ମଧ୍ୟ ଅର୍ଚ୍ଚନାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି ।

ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର ବେଳେ ପୋଲିସ କଡ଼ା ସୁରକ୍ଷା ବ୍ଯବସ୍ଥା ଆପଣାଇଛି । ଗଣମାଧ୍ୟମରେ ତାଙ୍କୁ ନେଇ ପରିବେଷଣ ହେଉଥିବା ଖବରକୁ ନେଇ ଅର୍ଚ୍ଚନା କହିଛନ୍ତି ‘ମିଛ ଖବର କରନ୍ତୁ ନାହିଁ । ତଥ୍ୟ ଓ ପ୍ରମାଣକୁ ନେଇ ଖବର କରନ୍ତୁ । ତେବେ ସ୍ୱାମୀ, ସ୍ତ୍ରୀଙ୍କ ସିଣ୍ଡିକେଟରେ ଆଉ କିଏ କିଏ ଅଛନ୍ତି ସେନେଇ ଅର୍ଚ୍ଚନା ଆଜି ମୁହଁ ଖୋଲି ନାହାଁନ୍ତି ।

Leave A Reply

Your email address will not be published.