Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ଇଂଲଣ୍ଡକୁ ହରାଇଲା ଆୟର୍ଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଡକ୍ୱୱର୍ଥ ଲୁଇସ ନିୟମରେ ଇଂଲଣ୍ଡକୁ ଆୟର୍ଲାଣ୍ଡ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଆଣ୍ଡ୍ର‌୍ୟ ବାଲବର୍ନି ସର୍ବାଧିକ ୬୨ ରନ କରିଥିଲେ । ବର୍ଷା ଯୋଗୁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ୧୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ ହରାଇ ୧୦୫ ରନ ସଂଗ୍ରହ କରିଥିଲା । ଏହା ପରେ ପୁନର୍ବାର ବର୍ଷା ଯୋଗୁ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ ଥିଲା ।

ଡି/ଏଲ ନିୟମ ଅନୁସାରେ ସେ ସମୟରେ ଇଂଲଣ୍ଡ ଦଳକୁ ୧୧୧ ରନ କରିବା ଜରୁରୀ ଥିଲା । ଫଳରେ ଆୟର୍ଲାଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା । ପାୱାରପ୍ଲେରେ ବ୍ୟାଟ୍ସମ୍ୟାନଙ୍କ ଖରାପ ବ୍ୟାଟିଂ ଦଳ ପାଇଁ କାଳ ହୋଇଥିଲା । ୨୦୧୦ରେ ଇଂଲଣ୍ଡ ବିଶ୍ୱକପ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.