Latest Odisha News

BREAKING NEWS

ଭଦ୍ରକ ମାର୍କେଟ କଂପ୍ଲେକ୍ସରେ ବଡ଼ ବିସ୍ଫୋରଣ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଭଦ୍ରକ: ଭଦ୍ରକ ସହରରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସହର ମଧ୍ୟରେ ଥିବା ନିୟନ୍ତ୍ରୀତ ବଜାର କମିଟି (ଆରଏମସି) ପରିସରରେ ଏହି ବିସ୍ଫୋରଣ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଆରଏମସି ପରିସରରେ ୧୩୦ ଟନ ବ୍ଲିଚିଂ ପାଉଡ଼ର ରହିଥିବା ୩ଟି କୋଠରୀ ରେ ଏହି ପ୍ରଚଣ୍ଡ ବିସ୍ଫୋରଣ ଘଟିଛି ।

ଏସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ, ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡର ସଠିକ୍ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Leave A Reply

Your email address will not be published.