Latest Odisha News

BREAKING NEWS

କେରଳରେ ଚାଞ୍ଚଲ୍ୟ: ଯୁବକଙ୍କ ଶରୀରରେ ମରଣାନ୍ତକ ପଜିଟିଭ୍ ‘ନିପା’ ଭାଇରସ୍

ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କ ପରୀକ୍ଷାରୁ ତାଙ୍କ ଶରୀରରେ ମରଣାନ୍ତକ ନିପା ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି । ଗତବର୍ଷ ଏହି ଭୟାନକ ରୋଗ ଯୋଗୁଁ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ପ୍ରକାଶ ପାଇଛି ଏନଡ଼ିଟିଭିରେ ।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ପକ୍ଷରୁ ଏହି ଯୁବକଙ୍କ ରକ୍ତ ସାମ୍ପୁଲ୍ ପରୀକ୍ଷା ହେବାପରେ ଭାଇରସ ପଜିଟିଭ୍ ଥିବା ଜଣାପଡ଼ିଛି ।

ଏହି ସମ୍ବେଦନଶୀଳ ଖବର ସର୍ବସାଧାରଣରେ ପ୍ରସାରିତ ହୋଇଯିବା ପରେ କେରଳ ସରକାର ଜନସାଧାରଣଙ୍କୁ ଏନେଇ ଭୟଭୀତ ନ’ହେବାକୁ ଅନୁରୋଧ କରିଛନ୍ତି । ଏହି ୨୩ ବର୍ଷୀୟ ଯୁବକ ଜଣକ ଇଡ୍ଡୁକୀ ଅନ୍ତର୍ଗତ ଥୋଡୁପୁଜାରେ ଥିବା ଏକ କଲେଜରେ ଅଧ୍ୟୟନ କରୁଛନ୍ତି । ତେବେ ଏବେ ସେ ତ୍ରିଚୁରରେ ଅବସ୍ଥାନ କରୁଥିବା ବେଳେ ସେ କିଛିଦିନ ହେବ ଜ୍ୱରରେ ପୀଡ଼ିତ ରହିଥିବା ସୂଚନା ମିଳିଛି ।

ତେବେ ସୂଚନାନୁଯାୟୀ, ଏବେସୁଦ୍ଧା ୨ ଜଣ ନର୍ସଙ୍କ ସମେତ ଆଉ ଚାରି ଜଣ ବ୍ୟକ୍ତି ମଧ୍ୟ ଏହି ସମାନ ପ୍ରକାର ଲକ୍ଷଣ ରହୁଥିବା ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏବେ ଯେଉଁ ୮୦ ଜଣ ରୋଗୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ସେମାନଙ୍କ ମଧ୍ୟରୁ ୨୨ ଜଣ ହେଲେ ଅଧ୍ୟୟନରତ ଛାତ୍ରଛାତ୍ରୀ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ରିପୋର୍ଟ ଅନୁଯାୟୀ, ଗତବର୍ଷ ୧୮ଟି ନିପା ସମ୍ପର୍କୀୟ କେସ୍ କେରଳରେ ରିପୋର୍ଟ ହୋଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା ।

 

 

 

Leave A Reply

Your email address will not be published.