Latest Odisha News

ବିଶ୍ୱର ହଟ ମହିଳା ଟ୍ରକ ଡ୍ରାଇଭର, ସୋସିଆଲ ସାଇଟରେ ବର୍ଷକୁ ଆୟ କରୁଛନ୍ତି ୬୫ ଲକ୍ଷ

ସିଡନୀ:ଚମ୍ପା ଫୁଲ ପରି ରଙ୍ଗ, ନୀଳ ନୟନା ଓ ଚମତ୍କାର ଶରୀରର ଅଧିକାରୀ ଅଷ୍ଟ୍ରେଲିଆର ଏହି ମହିଳା ଟ୍ରକ ଡ୍ରାଇଭର ଏବେ ସାରା ବିଶ୍ୱରେ ଚର୍ଚ୍ଚିତ । ସୋସିଆଲ ସାଇଟରେ ତାଙ୍କର ଏତେ ଫଲୋର୍ସ ହୋଇଗଲେଣି ଯେ ସେ ବର୍ଷକୁ ୬୫ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହି ଅଷ୍ଟ୍ରେଲୀୟ ବ୍ୟୁଟିଙ୍କ ନାମ ହେଲା ବ୍ଲେଜି ୱିଲିୟମ୍ସ । ଆଡିଲେଡର ଏହି ଲଳନା ୧୦ ବର୍ଷ ହେବ ଟ୍ରକ ଡ୍ରାଇଭିଂ କରୁଛନ୍ତି । ୨୦୨୦ରେ ସେ ସୋସିଆଲ ମିଡିଆରେ ଆକାଂଉଟ ତିଆରି କରିଥିଲେ ।

ଧିରେ ଧିରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା । ସେ ସେମାନଙ୍କ ମନୋରଂଜନ ପାଇଁ ସେକ୍ସି କଂଟେଟ ମଧ୍ୟ ଦେଲେ । ଏଥିରେ ତାଙ୍କ ପ୍ରଶଂସକ ବଢ଼ିଥିଲେ ମଧ୍ୟ ସେ ସମାଲୋଚିତ ହୋଇଥିଲେ । ମୋତେ ମୋ ଚାକିରୀ ଭଲ ଲାଗେ, ଏହା ବ୍ୟତୀତ ଯଦି ଭଲରେ ଅନ୍ୟ କୌଣସି ବାବଦକୁ ଅର୍ଥ ରୋଜଗାର କରେ ତାହାହେଲେ ଭୁଲ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.