Latest Odisha News

BREAKING NEWS

ମାହାଙ୍ଗା ଗଣହତ୍ୟା ଘଟଣା : ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣି ସତ କାଢିବ ପୋଲିସ

ମାହାଙ୍ଗା : ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରୁ ଖୁବ୍ ଶୀଘ୍ର ହଟିବ ପରଦା । ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୋଲିସ ।ଆଜିଠାରୁ ତିନି ଦିନିଆ ରିମାଣ୍ଡରେ ଗଲା ଶିବ । ରିମାଣ୍ଡରେ ନେଇ ହତ୍ୟାକାରୀ ଶିବ ମୁହଁରୁ ଅନେକ କଥା ବାହାର କରିବ ମାହାଙ୍ଗା ପୋଲିସ ।କ୍ରାଇମ ସିନ୍ ବି ରିକ୍ରିଏସନ କରିପାରେ ଅଭିଯୁକ୍ତ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଜଣେ ଲୋକ୫ ଜଣଙ୍କୁ ହାଣି ହତ୍ୟା କଲା କେମିତି ।ଅପରାଧ ପଛରେ ଆଉ କିଏ କିଏ ଅଛନ୍ତି ।

ଗୋଟିଏ ବଖରା ଘରେ କଟୁରୀରେ ୫ ଜଣଙ୍କୁ ହତ୍ୟା କରିବା କିପରି ସମ୍ଭବ ହେଲା ଏମିତି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାକୁ ଆସିଛି । ହତ୍ୟାକଣ୍ଡର ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ମାହାଙ୍ଗା କୁସୁପୁର ଗାଁରେ ବିଳମ୍ବିତ ରାତିରେ ସାନ ଭାଇ ରକ୍ତମୁଖା ସାଜି ବଡ ଭାଇର ପରିବାରକୁ ମାରି ପଦା କରିଦେଇଥିଲେ ।ବନ୍ଦ କୋଠରୀରୁ ମୃତକଙ୍କ ଶବ ଜବତ କରିଥିଲା ପୋଲିସ । ହେଲେ ପଡୋଶୀ ଏହି ଘଟଣାର କେହି ଟେର ପାଇନଥିଲେ । ଶିବ ନିଜ ଭାଇ ଅଲେଖ ସାହୁ, ଅଲେଖଙ୍କ ପତ୍ନୀ ରଶ୍ମିତା ସାହୁ, ଝିଅ ପାଏଲ ଓ ପୁଅ ଗୁଡୁ ଓ ଟୁବୁକୁ ମାରାଣାସ୍ତ୍ରରେ ହତ୍ୟା କରିଥିଲା । ପରେ ପୋଲିସ ଆଗରେ ଆତ୍ମ ସମର୍ପଣ କରିଥିଲା ଅଭିଯୁକ୍ତ।

Leave A Reply

Your email address will not be published.