Latest Odisha News

BREAKING NEWS

ନିତିନ ଗଡ଼କାରୀ ଦିନେ ରତନ ଟାଟାଙ୍କୁ ବୁଝାଇଥିଲେ ଆରଏସଏସ ହସ୍ପିଟାଲ ସମସ୍ତଙ୍କ ପାଇଁ

ପୁନେ: କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ସିହ୍ନାଗଡ଼ରେ ଏକ ହସ୍ପିଟାଲ ଉଦଘାଟନ ବେଳେ ଏକ କୌତୁହଳପ୍ରଦ କଥା କହିଛନ୍ତି । ନିତିନ କହିଲେ କି, “ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିଲା ବେଳେ, କେବି ହେଜୱାର ହସ୍ପିଟାଲ ଉଦଘାଟନ ବେଳେ ରତନ ଟାଟା ମତେ ପଚାରିଥିଲେ । ଆରଏସଏସ ହସ୍ପିଟାଲ କଣ କେବଳ ହିନ୍ଦୁ ସମ୍ପ୍ରଦାୟ ପାଇଁ? ମୁଁ ପଚାରିଲି, କାହିଁକି ଆପଣ ଏମିତି ଭାବୁଛନ୍ତି? ରତନ ଟାଟା କହିଥିଲେ ଯେ, ଏହା ଆରଏସଏସ ତିଆରି କରିଛି । ସେତେବେଳେ ମୁଁ କହିଥିଲି ଯେ, ଆରଏସଏସରେ ସେମିତି ଭେଦଭାବ ନାହିଁ । ଏ ହସ୍ପିଟାଲ ସମସ୍ତଙ୍କ ପାଇଁ ।”

ଗୁରୁବାର ପୁନେରେ ହସ୍ପିଟାଲ ଉଦଘାଟନ ସମୟରେ ନିତିନ ଏହି ସ୍ମୃତି ମନେ ପକାଇଥିଲେ । ସେ କହିଥିଲେ ଯେ, ସେତେବେଳେ ଆରଏସଏସର ଜଣେ ବରିଷ୍ଠ କର୍ମୀ ତାଙ୍କୁ ରତନ ଟାଟାଙ୍କୁ ନିମନ୍ତ୍ରଣ କରିବାକୁ ଅନୁରୋଧ କରିଥିଲେ । ଟାଟା କ୍ୟାନ୍ସର ହସ୍ପିଟାଲ ଦେଶର ଗରିବ ମାନଙ୍କ କ୍ୟାନ୍ସର ଚିକିତ୍ସାରେ ବଡ଼ ଅବଦାନ ଅଛି । ତେଣୁ ସେ ରତନ ଟାଟାଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଥିଲେ । ଏବଂ ନିତିନ ତାଙ୍କ ସହକର୍ମୀଙ୍କ ଅନୁରୋଧ କ୍ରମେ ଟାଟାଙ୍କୁ ନିମନ୍ତ୍ରଣ କରିଥିଲେ । ରତନ ହସ୍ପିଟାଲରେ ପହଞ୍ଚିବା କ୍ଷଣି ନିତିନଙ୍କୁ ଏହି ପ୍ରଶ୍ନ କରିଥିଲେ ।

Comments are closed.