Latest Odisha News

ବ୍ଲକ ଅଧ୍ୟକ୍ଷାଙ୍କ ଭଣଜାକୁ ଖଣ୍ଡାରେ ହାଣି ହତ୍ୟା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ଭଣଜାକୁ ଛକ ମଝିରେ ନିର୍ମମ ଭାବେ ହତ୍ୟା କରାଯାଇଛି । ସେ ହେଲେ ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଭଣଜା ପଙ୍କଜ ଗୌଡ଼ ।

ଶୁକ୍ରବାର ସନ୍ଧ୍ୟାରେ ପଙ୍କଜ ତାଙ୍କ ଭାଇ ବିରଞ୍ôଚଙ୍କ ସହ ବେଗୁନିଆପଡ଼ାରୁ ତାଙ୍କ ଘର ଭାବିନିପୁରକୁ ଫେରୁଥିଲେ । ରାଗପୁର ଛକ ନିକଟରେ ହଠାତ୍ ୧୦ରୁ ଅଧିକ ଯୁବକ ପଙ୍କଜକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ତାଙ୍କ ଭାଇ ସେଠାରୁ କୌଣସି ଉପାୟରେ ଖସି ଆସିବାରେ ସମର୍ଥ ହୋଇଥିଲେ । ହେଲେ ସେମାନେ ପଙ୍କଜଙ୍କୁ ହାଣିବା ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି ।

ହତ୍ୟାକାଣ୍ଡର କାରଣ ଜଣାପଡ଼ିିନାହିଁ । ଗାଁ କମିଟି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ଖବର ପାଇ ବେଗୁନିଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି । ପୂର୍ବରୁ ପଙ୍କଜଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ଦୁବୃର୍ତ୍ତ । ଏ ନେଇ ସେ ବେଗୁନିଆପଡା ଥାନାରେ ଦୁଇ ଥର ଅଭିଯୋଗ କରିଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି ।

 

 

Comments are closed.